ଖାଦ୍ୟ ପରଷୁଛି ମାଙ୍କଡ଼

କୌଣସି ଷ୍ଟାର ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ୱେଟର । ଗ୍ରାହକଙ୍କୁ ଖୁସି କରିବା ଏବଂ ସେମାନଙ୍କୁ ଉତ୍ତମସେବା ଯୋଗାଇବାରେ ଏମାନେ ବେଶ ପାରଙ୍ଗମ । ସେ ମହିଳା ହୁଅନ୍ତୁ ଅବା ପୁରୁଷ ହୋଟେଲ ମାଲିକ । ସେମାନଙ୍କ ଡ୍ରେସକୋର୍ଡ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ହେଲେ ଟୋକିଓରେ ଏପରି ଏକ ହୋଟେଲ ଅଛି ଯେଉଁଠି ମହିଳା କି ପୁରୁଷ ନୁହଁନ୍ତି ମାଙ୍କଡ ସାଜିଛନ୍ତି ୱେଟର । ଶୁଣିଲେ ଆଶ୍ଚର୍ଯ୍ୟ ହେବେ କିନ୍ତ ଘଟଣା ସତ । ହୋଟେଲମାନଙ୍କ ନାଁ ମଧ୍ୟ ରହିଛି । ଜଣେ ୟଟ୍ ଚେଣ୍ଟ ଏବଂ ଫୁଟଚେଣ୍ଟ । ଏହି ହୋଟେଲକୁ ଗ୍ରାହକ ଆସିଲେ ଏହି ଦୁଇ ମାଙ୍କଡ ନିଜ ନିଜ କାମରେ ଲାଗିଯାଆନ୍ତି । ଜଣେ ଗ୍ରାହକଙ୍କୁ ଟାୱେଲ ଦେଉଥିବା ବେଳେ ଆଉ ଜଣେ ଖାଇବା ଅର୍ଡର ନେଇଥାଏ । ଏଥିସହ ଗ୍ରାହକଙ୍କ ସିଟ୍ ପାଖକୁ ଯାଇ ଖାଦ୍ୟ ପରଷିଥାନ୍ତି । ଆଉ ଡ୍ରିଙ୍କସ ମଧ୍ୟ ସଜେଇଥାନ୍ତି । ହୋଟେଲ ମାଲିକ ଏହି ଦୁଇ ମାଙ୍କଡଙ୍କୁ ହୋଟେଲରେ କାମ କରିବା ପାଇଁ ସରକାରଙ୍କଠାରୁ ଅନୁମତି ଆଣିଛନ୍ତି । ୨୦୦୮ ମସିହାରୁ ଦୁଇ ମାଙ୍କଡ କାମ କରି ଆସୁଛନ୍ତି ବୋଲି ହୋଟେଲ ମାଲିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ