କିନ୍ନର ସଙ୍ଘ ତରଫରୁ ବୋହୁଚୋରୀ ମାତାଙ୍କ ପୂଜା ଆୟୋଜନ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ଆଜି ଲଭଲି କିନ୍ନର ସଙ୍ଘ ତରଫରୁ ବୋହୁଚୋରୀ ମାତାଙ୍କ ପୂଜନ କାର୍ଯ୍ୟକ୍ରମ ରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଯୋଗଦାନ ରେ ଅନୁଷ୍ଠିତ ହୋଇଥିଲା ଉକ୍ତ ପୂଜା । ବିଶ୍ୱ ମହାମାରୀ କୋରନା ପ୍ରକୋପ ରୁ ବିଶ୍ୱବାସୀ ମୁକୁଳି ସମସ୍ତଙ୍କର ଜୀବନ ଯାତ୍ରା ସ୍ୱାଭାବିକ ହେଉ ତଥା ବିଶ୍ୱରେ ଭାଇ ଚାରା ,ଶାନ୍ତି ,ମୈତ୍ରୀ ର ବାତାବରଣ ସୃଷ୍ଟି ହେଉ । ଏହି ଭଳି ମହତ ଚିନ୍ତା ଧାରା ନେଇ ଲଭଲି କିନ୍ନର ସଂଘ ପକ୍ଷରୁ ଆଜି ବଡ଼ଖେମୁଣ୍ଡି ସାହି ସ୍ଥିତ ସଂଘ ର କାର୍ଯ୍ୟାଳୟରେ ବୋହୁଚୋରି ମାତା ଙ୍କ ପୂଜା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପୂଜା ର ନୀତି ନିୟମ ସରକାର ଙ୍କ କୋଭିଡ୍ ନିୟମ ଅନୁଯାୟୀ କରାଯାଇଥିଲା । ଉକ୍ତ ପୂଜା କାର୍ଯ୍ୟରେ କିନ୍ନର ଗୁରୁ “ବିନି କିନ୍ନର”ଙ୍କ ପରାମର୍ଶ ରେ କିନ୍ନର ଲଭଲି ,ପ୍ରୀତି ,ବିନ୍ଦିଆ ,ଜୁଲି ,ଓ ରଞ୍ଜିତା ଏବଂ ଯାତ୍ରା ଅଭିନେତ୍ରୀ ରାନୀପଣ୍ଡା ନିର୍ଜନ ଉପବାସ ରହି ଉକ୍ତ ପୂଜା ରେ ପାର୍ଥନା କରିଛନ୍ତି ।