ଭଞ୍ଜନଗର ଭେଜିପୁଟ ଜବର ଦଖଲ ଉଛେଦ ଆରମ୍ଭ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏନ.ଏ. ସି ଅଞ୍ଚଳର ଭେଜିପୁଟ କେନାଲ ସାହିରୁ ବାଇପାସ ରୋଡ଼ ପର୍ଯ୍ୟନ୍ତ ଆଜି ଜେସିବି ଦ୍ୱାରା ଜବର ଦଖଲ ଉଚ୍ଛେଦ କରାଯାଇଛି । ପରିସ୍ଥିତି କୁ ଦେଖି ଘଟଣା ସ୍ଥଳରେ ପୋଲିସ ମଧ୍ୟ ମୁତୟନ କରାଯାଇଛି । ନୂତନ ରାସ୍ତା ନିର୍ମାଣ ପାଇଁ ଏହି ରାସ୍ତା କଡ଼ରେ ଥିବା କିଛି ବେଆଇନ ଘରକୁ ଭାଙ୍ଗି ଦିଆଯାଇଛି । ସୂଚନା ଯୋଗ୍ୟ ଯେ ଏହି ରାସ୍ତାଟି ଭଞ୍ଜନଗର ଏନ.ଏ.ସି ଅଧୀନରେ ଥିବା ବେଳେ ବର୍ତ୍ତମାନ ଏହାକୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ