ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ଛତ୍ରପୁର ,(ଓ୍ବାଇଏନଏସ): ନିଟ୍ ପ୍ରଶ୍ନପତ୍ର ଲିକ୍ ଲିକ୍ ଓ ଦିଲ୍ଲୀରେ ବିଦ୍ୟାର୍ଥୀଙ୍କ ଆନ୍ଦୋଳନକୁ ପ୍ରତିହତ କରିବାକୁ କେନ୍ଦ୍ରର କଡ଼ା ଆଭିମୁଖ୍ୟ ପ୍ରତିବାଦରେ ଛତ୍ରପୁର ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ସଭାପତି କାଳିଆ ରାଉଳ ଙ୍କ ନେତୃତ୍ୱ ରେ ସ୍ଥାନୀୟ ଅପର ବସଷ୍ଟାଣ୍ଡ ଠାରେ ବିକ୍ଷୋଭପ୍ରଦର୍ଶନ କରାଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଲିସ ଜୋର୍ ଜବରଦସ୍ତ ଉଠାଇନେବାଏବଂ ଭୁବନେଶ୍ୱରରେ ପିସିସି ସଭାପତି ସଭାପତି ଭକ୍ତ ଚରଣ ଦାସ ଙ୍କୁ ଗିରଫ ଘଟଣାକୁ ନିନ୍ଦା କରାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଗଞ୍ଜାମ ଜିଲ୍ଲା ଉପସଭାପତି ଅଶୋକ ପଟ୍ଟନାୟକ, କାଳୁ ଚରଣ ତ୍ରିପାଠୀ, ଶତ୍ରୁଘନ ବେହେରା, ଦିଲ୍ଲୀପ ପଟ୍ଟନାୟକ ଓ ମିଟୁ ବେହେରା ଙ୍କ ସମେତ ବହୁ କର୍ମୀ ଯୋଗ ଡବଲ ଇଂଜିନ ସରକାର ବିରୁଦ୍ଧରେ ଗର୍ଜିଥିଲେ ଦେଇଥିଲେ l


