ଅନ୍ତରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ
ବୁଗୁଡ଼ା,(ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୩/୭/୨୬ ତାରିଖ ଦିନ ୭୭ ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବନମହୋତ୍ସବ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ତହସିଲଦାର ତାପସ ରାଉତ, ମୁଖ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ଗୌରୀ ଶଙ୍କର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ନିରଞ୍ଜନ ଖାଡ଼ଙ୍ଗା, ଏସଏମସି ଉପସଭାନେତ୍ରୀ ପ୍ରଭାତୀ ବେହେରା, ଏସଏମସି ମେମ୍ବର ତ୍ରିପୁରା ବେହେରା ଯୋଗଦେଇଥିଲେ। ଏସଏମସି ସଭାପତି ଦିଲ୍ଲୀପ କୁମାର ଜେନା ଏହି ସଚେତନତା ସଭାରେ ଅଧ୍ୟକ୍ଷତା କରିଥିଲେ। ଅତିଥି ବୃନ୍ଦ ବୃକ୍ଷର ଉପକାରିତା ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରିବା ସହ ପ୍ରତି ବର୍ଷ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ଗଛର ଯତ୍ନ ହେଲେ ବିଶ୍ବ ପରିବେଶ ସୁରକ୍ଷିତ ରହିପାରିବ ବୋଲି ପରାମର୍ଶ ଦେଇଥିଲେ। ସଭା ଶେଷରେ ସ୍ୱାଗତିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ମୁଖ୍ୟ ଅତିଥି ଶ୍ରୀ ରାଉତ ପ୍ରଥମେ ଚରା ରୋପଣ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ସମସ୍ତ ଅତିଥି , ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦ ସ୍କୁଲ ପରିସରରେ ବୃକ୍ଷରୋପଣ କରିଥିଲେ। ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ କମଳ ଲୋଚନା ପ୍ରଧାନ, ଶିବରାମ ଆପଟ, କଲ୍ୟାଣୀ ସେଠୀ, ଲୋପାମୁଦ୍ରା ଲେଙ୍କା ଓ କାଳୁ ଚରଣ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


