କୃଷକ ବିରୋଧୀ ଅଧ୍ୟାଦେଶ ଓ ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର ପାଇଁ ଆଦିବାସୀଙ୍କ ବିରୋଧ

ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା): ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ୧୪ ସେପ୍ଟେମ୍ବର ୨୦୨୦ ଦେଶବ୍ୟାପୀ ପ୍ରତିବାଦ ଆହ୍ବାନରେ ଆଦିବାସୀ ଭାରତ ମହାସଭା ଓ କ୍ରାନ୍ତିକାରୀ କୃଷକ ସଭା ଜଗନ୍ନାଥପ୍ରସାଦ ବ୍ଳକ କମିଟି ନେତୃତ୍ୱରେ ବିଭିନ୍ନ ଆଦିବାସୀ ଓ କୃଷକ ଗାଁ ଗାଁ ରେ ବିରୋଧ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । କୃଷକ ବିରୋଧୀ ୩ଟି ଅଧ୍ୟାଦେଶ ଓ ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର,ଆଦିବାସୀ ଭାରତ ନୀତି ର ପ୍ରତ୍ୟାହାର,ଡିଜେଲର ରୁ ସମସ୍ତ ଟିକସ ପ୍ରତ୍ୟାହାର କରିବା,ପରିବେଶଗତ ପ୍ରଭାବ ଆକଳନ ବିଜ୍ଞପ୍ତିକୁ ପ୍ରତ୍ୟାହାର,ହରିଆଣା କୃଷକ ଆନ୍ଦୋଳନ ଉପରେ ଲାଠିଚାର୍ଜ କରିଥିବା ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ,ସାର କଳାବଜାରୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଚାଷୀଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର ଏବଂ ଗିରଫ ଚାଷୀଙ୍କୁ ନିସର୍ତ ଖଲାସ କରିବା,ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ,ଅଣ୍ଡା, ଇତ୍ୟାଦି ଆମଦାନୀ ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କୁ ରଦ୍ଦ କରିବା,ଜନ ପ୍ରତିନିଧିମାନେ ଲୋକସଭା ଓ ବିଧାନସଭାରେ କୃଷକଙ୍କ ମନ କି ବାତ ରଖି କୃଷକ ବିରୋଧୀ ଅଧ୍ୟାଦେଶ ଓ ବିଲକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ୍ ଇସ୍ତଫା ଦେଇ ଘର କୋଣରେ ବସିବା ପାଇଁ ଆହ୍ବାନ ଦେଇ ୧୪ ସେପ୍ଟେମ୍ବର ଦେଶଵ୍ୟାପୀ ପ୍ରତିବାଦ ସଂଗଠିତ ହୋଇଛି l ଏକଘରିଆ ପଲ୍ଲୀ, ଡିମିରିସାହି, ବରବରା ଆଦି ବହୁ ଆଦିବାସୀ ଗାଁ ମାନଙ୍କରେ ବିରୋଧ ପ୍ରଦର୍ଶନ ହୋଇଯାଇଛି । ଆଦିବାସୀ ଭାରତ ମହାସଭାର ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ, ବିଷ୍ଣୁ ପ୍ରଧାନ, କାର୍ତ୍ତିକ ପ୍ରଧାନ, ଗିରିଧାରୀ ପ୍ରଧାନ ଆଦି ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ