ମନୀନ୍ଦ୍ର ସାମଲଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବିକାଶ ସାମ୍ମୁଖ୍ୟ ପରିସରରେ ବାନାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷକ ମହାସଂଘ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂପାଦକ ନବଘନ ମହାରଣା, ଶିକ୍ଷକ ନେତା ମନୀନ୍ଦ୍ର କୁମାର ସାମଲ ଶିକ୍ଷକ ମାନଙ୍କ ନେତୃତ୍ୱ ନେଇ ସମଗ୍ର ରାଜ୍ୟରେ ଆଗଧାଡିର ନେତୃତ୍ୱ ଭାବେ ପରିଚିତ ଥିଲେ । ତାଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶିକ୍ଷକ ମହାସଂଘର ନେତୃତ୍ୱ ସମ୍ପର୍କରେ ଅଧ୍ୟାପକ ଅଜୟ ସାମଲ କେନ୍ଦ୍ରାପଡା କଲେଜଠାରୁ ଆରମ୍ଭ କରି ବ୍ରାହ୍ମଣୀ, ବିରୁପା, ଧର୍ମଶାଳା କଲେଜ ପ୍ରଭୃତିରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ ସମାପନ, ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ୍ ଏବଂ ସିଣ୍ଡିକେଟର ସଦସ୍ୟ ଏବଂ ବରୀ ଭଳି ବନ୍ୟା ପ୍ରପୀଡିତ ଅଂଚଳରେ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ସଂପର୍କରେ ଆଲୋକପାତ କରିଥିଲେ । ଏହି ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ଡଃ. ଗିରିଶ ଚନ୍ଦ୍ର ପାତ୍ର, ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ଚନ୍ଦ୍ରମଣୀ ସାହୁ, କାର୍ତିକ ଚରଣ ନାୟକ, ଦିବାକର ଜେନା, ଅଧିକାରୀ ରାଧାକାନ୍ତ ଦାଶ, ବିଦ୍ୟୁତ ଖୁଂଟିଆ, ଅଧ୍ୟାପକ ନାରଣ ଜେନା, ଶୁଭ୍ରାଂଶୁ ଦାସ, ଅମୀୟ ନାୟକ, ସୁରେଶ ପଟ୍ଟନାୟକ, ପଙ୍କଜ ବେହେରା, ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ପ୍ରଦୀପ ଦାଶ, ବଳରାମ ସାହୁ, ବୈଷ୍ଣବ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ସାମଲଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ବର୍ତମାନର ଶିକ୍ଷକ ସମାଜ ସାମାଜିକ ମୂଲ୍ୟବୋଧ ରକ୍ଷାକରି ଶିକ୍ଷା ପ୍ରଦାନ କଲେ ତାଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।