ରେଲୱେ ଟିକେଟ୍ ଗ୍ରାହକ କେନ୍ଦ୍ର ଉଦ୍ଘାଟିତ
ବ୍ରହ୍ମପୁର ରେଲୱେ ଟିକେଟ୍ ଗ୍ରାହକମାନଙ୍କ ପାଇଁ ଖୁସିଖବର ମଙ୍ଗଳବାର ଯାତ୍ରୀ ସୁବିଧା କେନ୍ଦ୍ରଖାଲାଯାଇଛି । ଷ୍ଟେସନ ରୋଡରେ ଥିବା ସର୍କିଟ ହାଉସ୍ ନିକଟରେ ରେଲୱେ ପକ୍ଷରୁ ସାମଳାଇ ଟ୍ରାଭେଲସକୁ ପଞ୍ଜିକୃତ କରାଯାଇଛି ବୋଲି ରେଲୱେ ଅଫିସର ବାଣିଜ୍ୟ ମୁଭବେଲ ଇନ୍ସପେକ୍ଟେର ମୋହନ ଚନ୍ଦ୍ର ବେହେରା ଏହି ବିଷୟରେ ସେ ସୂଚନା ଦେଇ କହିଛନ୍ତି । ଯେ, ରେଲୱେ ଟିକଟ କାଟିବା ପାଇଁ ଗ୍ରାହକ ମାନେ ଧାଡ଼ିରେ ଠିଆ ହୋଇ ଠେଲା ପେଲାରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ଦ୍ୱାରା ଯାତ୍ରୀ ମାନେ ଟକେଟ୍ ନେବା ଆଉ ଅସୁବାଧା ରହିବ ନାହିଁ ।ଏହି କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିବା ବେଳେ ସନ୍ନମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ର ଅଧ୍ୟକ୍ଷ ସୁଭାଷ ମହାରଣା, ୟାତ୍ରୀ ସୁବିଧା କେନ୍ଦ୍ରର ମାଲିକ ରଘୁନାଥ ପାଣିଗ୍ରାହୀ, ସୋମନାଥ ପାଣିଗ୍ରାହୀ, ନିରଞ୍ଜନ ପାଣିଗ୍ରାହୀ, ବିଜେଡି କର୍ମୀ ଟୁନା ପାଣିଗ୍ରାହୀ, ସାଉଥ ଇଲେକ୍ଟ୍ରିର ରିଟାଡ଼ ଚିଫ ଏକ୍ସଟିଭ ଇଂଜିନିୟର କେବି ଚୌଧରୀ, ବିଜେଡି ଯୁଗ୍ମ ସମ୍ପାଦକ ଦୂର୍ଗା ପ୍ରସାଦ ପଣ୍ଡା, ଚିତ୍ରସେନ ନାୟକ, ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ


