ମୁର୍ତ୍ତି ବିସର୍ଜନ ପାଇଁ ନିର୍ମାଣ ହେଲା କୃତିମ ଜଳାଶୟ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ ) : ବ୍ରହ୍ମପୁରରେ ବହୁ ଆଡମ୍ବର ସହ ପାଳିତ ହେଉଛି ଗଜାନନ ପୂଜା । ମନ୍ଦିରଠାରୁ ଆରମ୍ଭ କରି ପୁଜା ମଣ୍ଡପ ପର୍ଯ୍ୟନ୍ତ ସବୁଠି ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ତେବେ ଆସନ୍ତା ବୁଧବାର ବିଭିନ୍ନ ପୂଜା ମଣ୍ଡପରେ ଠାକୁରଙ୍କୁ ବିସର୍ଜନ କରାଯାଇପାରେ । ଜଳ ପ୍ରଦୂଷଣକୁ ରୋକିବା ପାଇଁ ଚଳିତ ବର୍ଷ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ମହାନଗର ନିଗମ ପକ୍ଷରୁ ଆମ୍ବ ବଜାର,ଫାଷ୍ଟ ଗେଟ, ଗୋଷାଣୀ ନୂଆଗାଁ , ଆମ୍ବପୁଆ ନିକଟରେ ୪ଟି କୃତିମ ଜଳାଶୟ ନିର୍ମାଣ କରାଯାଇଛି । ମୁର୍ତ୍ତିରେ ଲାଗିଥିବା ରାସାୟନିକ ରଙ୍ଗର ପ୍ରଭାବରେ ଜଳାଶୟ ଗୁଡିକ ଦୂଷିତ ହେଉଥିବାରୁ ଏହାଦ୍ୱାରା ବିଭନ୍ନ ଜଳଚର ପ୍ରାଣୀମାନେ ପ୍ରଭାବିତ ହୋଇଥାନ୍ତି । ଏପରିକି ସେହି ଜଳାଶୟରେ ଲୋକମାନେ ଗାଧୋଇବା ଦ୍ୱାରା ଚର୍ମରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ରହ୍ମପୁରର ୪ଟି ସ୍ଥାନରେ କୃତିମ ଜଳାଶୟ ନିର୍ମାଣ କରାଯାଇଛି ଯେଉଁଥିରେ ଗଣେଷ ମୁର୍ତ୍ତି ବିସର୍ଜନ କରିବାକୁ ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।


