ବିଜେପିର ସେବା ସପ୍ତାହ ପାଳନ ଅବସରରେ ରକ୍ତଦାନ ଶିବିର

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପି ପକ୍ଷରୁ ସେବା ସପ୍ତାହ ଜାରି ରହିଛି । ସପ୍ତାହ ବ୍ୟାପି ବିଜେପି ପକ୍ଷରୁ ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନିଆଯାଇଛି । ଗତ ୪ ଦିନ ଧରି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବା ବେଳେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସହରର ଗଜପତି ନଗର ପାଠାଗାର ଛକ ନିକଟରେ ଆୟୋଜିତ ଶିବିରରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି କାହ୍ନ ଚରଣ ପତି ଯୋଗ ଦେଇ ଏହାର ଶୁଭାରମ୍ବ କରିଥିଲେ । ଶିବିରରେ ଏମକେସିଜି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଜରିଆରେ ବହୁ ବିଜେପି କର୍ମକର୍ତା ଓ ସ୍ଥାନୀୟ ଅଂଚଳବାସୀ ଯୋଗ ଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ରକ୍ତ ଅଭାବରୁ ଯେଉଁଭଳି ଭାବେ କାହାରୀ ମଧ୍ୟ ମୃତ୍ୟୁ ନଘଟେ ତାକୁ ଆଖି ଆଗରେ ରଖି ବିଜେପି ପକ୍ଷରୁ ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟ ହାତକୁ ନିଆଯାଇଥିଲା । ପ୍ରକାଶ ଥାଉକି ସେବା ସପ୍ତାହ ଅବସରରେ ପୂର୍ବରୁ ମଧ୍ୟ ମହନ୍ତ ଚିନ୍ମୟା ନନ୍ଦଙ୍କ ତତ୍ୱାବଧାନରେ ମହୁଡା ଓ ଶିବ ଅଧିକାରୀଙ୍କ ତତ୍ୱାବଧାନରେ ଲାଞ୍ଜିପଲ୍ଲୀ ଠାରେ ରକ୍ତଦାନ ଶିିବିର ଆୟୋଜିତ ହୋଇଥିଲା । ଆଜି ଆୟୋଜିତ ଏହି ରକ୍ତଦାନ ଶିବିରକୁ ସିଦ୍ଧାନ୍ତ ଗଙ୍ଗଦେଓ ଓ ଚନ୍ଦ୍ର ଶେଖର ସାମନ୍ତ ପରିଚାଳନା କରିଥିଲେ । ଏହି ଶିବିରରେ ପ୍ରଭାତ ଷଡଙ୍ଗୀ,ସରତ ସାହୁ ,ରାମ ପାତ୍ର,ନିରଞ୍ଜନ ପାଣିଗ୍ରାହୀ,ପ୍ରବୀର ପାତ୍ର,ମଦୋନ ମହୋନ ପାତ୍ର,ପ୍ରଫୁଲ୍ଲ କୁମାର ପଶୁ ପାଳକ,ରାଜେନ୍ଦ୍ର ପଣ୍ଡା,ସନ୍ତୋଷ ପାଣଗ୍ରାହୀ,ଦେବୀ ପ୍ରସାଦ ସାହୁ,ବିକାଶ ପାଣିଗ୍ରାହୀ,ନାରାୟଣ ସରାବ,ନିର୍ମାଲ୍ୟ ପାଢୀ,ବିଷ୍ଣୁ ପଣ୍ଡା, ବିନାୟକ ରଥ,ଧନଞ୍ଜୟ ମହାନ୍ତି,ସନ୍ତୋଷ ପାତ୍ର,ଲୋକନାଥ ମହାପାତ୍ର,ସତିଶ ସୋରୁପ ଜେନା,ବିନୋଦ ମହାପାତ୍ର,ପ୍ରଶାନ୍ତ କୁମାର ପାଣିଗ୍ରାହୀ,ସୁର ପାଢୀ,ଏନ ରାଜେନ୍ଦ୍ର କୁମାର,କିରଣ କୁମାର ସାହୁ,ଜଗଦିଶ ପ୬ଧାନ,ମଧୂ ସୂଦନ ସାହୁ,ଅଜିତ କୁମାର ପାତ୍ର,ଉମା ଶଙ୍କର ରାଓ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ