ବୁଗୁଡା ବିଡ଼ିଓ କରୋନା ପଜିଟିଭି ଚିହ୍ନଟ
ବୁଗୁଡା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ବିଡ଼ିଓ ତଥା କ୍ଳବ କୋଭିଡ ନୋଡାଲ ଅଫିସର କରୋନା ଯୋଦ୍ଧା ତନ୍ମୟ ପାତ୍ର ଶନିବାର ଦିନ କରୋନା ପଜିଟିଭି ଚିହ୍ନଟ ହୋଇଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିଡ଼ିଓ ଶ୍ରୀ ପାତ୍ର ନିଜ ବାସଭବନରେ ସଙ୍ଗରୋଧରେ ରହିଥିବା ବେଳେ ତାଙ୍କ ସହ ଏହି ଅଳ୍ପ ଦିନ ମଧ୍ୟରେ ଯେଉଁମାନେ ମିଶିଛନ୍ତି ସେମାନେ ସମସ୍ତେ ନିଜର ସ୍ୱାବ ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି। ପରୀକ୍ଷା କରିବା ପର୍ଯ୍ୟନ୍ତ ସେମାନେ ପରିବାର ମଧ୍ୟରେ ସଙ୍ଗରୋଧରେ ରହିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ବିଡ଼ିଓ ଶ୍ରୀ ପାତ୍ର କରୋନା ପଜିଟିଭି ଚିହ୍ନଟ ହୋଇଥିବା ଖବର ଜଣାପଡିବା ପରେ ବିଭିନ୍ନ ମହଲରୁ ଶ୍ରୀ ପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।


