ହେଚ.ବୁରୁଡ଼ି ଠାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପ୍ରସ୍ତାବ ରହିଛି,ପୂର୍ବତନ ଉପବାଚସ୍ପତି ପରିଦର୍ଶନ କଲେ ମାର୍କେଟିଙ୍ଗ ଇଆଡ଼ ଗୋଦାମ ଗୃହ
ଗଞ୍ଜାମ,(ୱାଇଏନ୍ଏସ୍): ବ୍ଳକର ହେଚ.ବୁରୁଡ଼ି ଠାରେ ନିର୍ମାଣ ହୋଇଥିବା ମାରେକେଟିଙ୍ଗ ଇଆଡ଼ ଗୋଦାମ ଗୃହରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ରହିଛି ବୋଲି ରାଜ୍ୟ କୃଷି ବିପନ୍ନ ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଭୁବନେଶ୍ୱରରୁ ବ୍ରହ୍ମପୁର ଗ୍ରସ୍ତ ସମୟରେ ହଟାତ ୧୬ ନମ୍ବର ଜାତୀୟ ରାଜ୍ୟରାଜ ପଥ କଡ଼ରେ ଥିବା ହେଚ.ବୁରୁଡ଼ି ସ୍ଥିତ ମାର୍କେଟିଙ୍ଗ ଆଡରେ ଓହ୍ଲାଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବିନାୟକ ବିଶ୍ୱାଳ କିଛି ଅଧିକାରୀଙ୍କ ସହ ଆଲୋଚନା କରି ଏଠାରେ ଏକ ପୂର୍ଣାଙ୍ଗ ଶୀତଳ ଭଣ୍ଡାର କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରହିଥିବା ଆଲୋଚନା ବେଳେ ପ୍ରକାଶ କରିଥିଲେ । ଅନ୍ୟପଟେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାଜପଥ କଡରେ ପନିପରିବା ବିକ୍ରି କରୁଥିବା ଚାଷୀମାନେ ରାସ୍ତା ଦୁର୍ଘଟଣାରୁ ବଞ୍ଚିବା ପାଇଁ ପିଣ୍ଡିରେ ବିକ୍ରି କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କୁ ପାଣି ଓ ବିଜୁଳି ଯୋଗାଇ ଦେବାକୁ ହିଞ୍ଜିଳିକାଟୁ ନିୟନ୍ତ୍ରଣ ବଜାର କମିଟିର ସମ୍ପାଦକ ବିନାୟକ ଦାଶ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଉତ୍ପାଦିତ ହେଉଥିବା ଆର୍ଥିକ ପନିପରିବା,ଗଛିତ ରଖିବା ସହ କିଛି ଯୁବ ଚାଷୀ ଏହାକୁ ଭଡା ସୁତ୍ରରେ ନେବାକୁ ଚାହୁଁଥିବାରୁ ତାହା ଉପରେ ଆଲୋଚନା କରିଥିଲେ । ପ୍ରକାଶ ଥାଉ କି, ୨୦୦୪ ମସିହାରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଏଠାରେ ଶୀତଳ ଭଣ୍ଡାର ପାଇଁ ଭୂମି ପୂଜା କରିଥିଲେ । ଏହାର କିଛି ଦିନ ପରେ ଏହାର ନିର୍ମାଣ ହୋଇଥିଲେ ମଧ୍ୟ ଏହା ଗୋଦାମ ଗୃହ ମାର୍କେଟିଙ୍ଗ ଇଆଡ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ୨୦୦୯ ମହସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଦୀର୍ଘଦିନ ଧରି ଶୀତଳ ଭଣ୍ଡାର ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଶୀତଳ ଭଣ୍ଡାର କାର୍ଯ୍ୟକାରୀ ହୋଇପାରିନଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପାଣ୍ଡ ଙ୍କୁ ଉକ୍ତ ବିଭଗର ଉପଦେଷ୍ଟା ରୂପେ ଦାୟିତ୍ୱ ଦେବା ପରେ ଶିତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଉଥିବା ଦେଖାଯାଇଛି ।