ଟିଲୋରେ ପୋଷଣ ସପ୍ତାହ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ସ୍ତରୀୟ ମହାସଂଘ ପକ୍ଷରୁ ପୋଷଣ ସପ୍ତାହ ପାଳିତ ହୋଇଯାଇଛି । ମାଆ ଓ ଛୋଟ ପିଲା ମାନେ କିପରି ରକ୍ତହିନତା ଓ ଅପପୃଷ୍ଟିର ଶୀକାର ନହେବ ସେ ସଂପର୍କରେ ଅବଗତ କରାଯାଇଥିଲା । ଓଡିଶା ଜୀବିକା ମିଶନ ତରଫରୁ ପୃଷ୍ଟି ବଗିଚା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘର ଅଗଣାରେ ପୃଷ୍ଟି ବଗିଚା ସୃଷ୍ଟି କରି ସେଥିରୁ ଉତ୍ପାଦିତ ଫଳ ଓ ପନିପରିବା ଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଉଥିବା ବେଳେ ଏହାର ସମାଧାନ ପାଇଁ ପୃଷ୍ଟି ବଗିଚା ସୃଷ୍ଟି କରି ସେଥିରୁ ଉପକାର ପାଇବାକୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସରପଞ୍ଚ ନିହାରିକା ରାଉତ, ବିପିଏମ୍ ବୀଣାପାଣି ପଣ୍ଡା, ବି.ଏଲ୍‌.ସି ସସ୍ମିତା ସାହୁ, ଏମ୍‌.ବି.କେ ରାଜଲକ୍ଷ୍ମୀ ପୃଷ୍ଟି, ସଭାନେତ୍ରୀ ନମିତା ସାହୁ, ସଂପାଦିକା ନିରୁପମା ବାରିକ, ବ୍ୟାଙ୍କ ମିତ୍ରଙ୍କ ସମେତ ୧୭ ଜଣ ସିଆରପି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ