ହାଇକୋର୍ଟ ବାର୍ ଆେସାସିଏସନ୍ ପାଇଁ ନିର୍ବାଚନ

ହାଇକୋର୍ଟ ବାର୍ ଆ‌େସାସିଏସନ୍ ପକ୍ଷରୁ ୱାନ୍ ବାର୍ ୱାନ୍ ଭୋଟ ନିୟମ ଆଧାରରେ ମାର୍ଚ୍ଚ ୩୦ରେ କର୍ମକର୍ତ୍ତା ନିର୍ବାଚନ କରାଯିବ। ଏଥି ପାଇଁ ଆସୋସିଏସନ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ସହିତ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୧୮ ଓ ୧୯ ତାରିଖ ଦିନ ନାମାଙ୍କନ ଦାଖଲ ହେବ। ୧୯ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ। ୨୦ ତାରିଖ ଦିନ ୧୧ଟାରୁ ୨ଟା ଭିତରେ କୌଣସି ପ୍ରାର୍ଥୀ ଚାହିଁଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ପାରିବେ। ସେହିଦିନ ଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୩୦ ତାରିଖ ଶନିବାର ଦିନ ୮ଟାରୁ ୨ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ସେହିଦିନ ୩ଟା ୩୦ରେ ଭୋଟ ଗଣତି ଆରମ୍ଭ ହେବ। ଭୋଟ ଗଣିତି ଶେଷ ହେବା ପରେ ସଙ୍ଗେ ସଙ୍ଗେ ଫଳାଫଳ ଘୋଷଣା କରାଯିବ। ଆ‌େସାସିଏସନର ବରିଷ୍ଠ ସଦସ୍ୟ ବାସୁଦେବ ପୂଜାରୀଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି। ମାର୍ଚ୍ଚ ୩୦ ତାରିଖ ଦିନ ଆସୋସିଏସନର ସଭାପତି, ଉପସଭାପତି, ସଂପାଦକ, ଯୁଗ୍ମ ସଂପାଦକ, ସହକାରୀ ସଂପାଦକ, ସହକାରୀ ସଂପାଦକ (ପାଠାଗାର), ଓ ୯ଜଣ ନିର୍ବାହୀ ସଦସ୍ୟ ପଦ ପୂରଣ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ