ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଶୁଭାରମ୍ଭ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ମଲ୍ଲୀକାସପୁରସ୍ଥିତ ମଠସାହି ଗ୍ରାମରେ ଭାରତ ସରକାରଙ୍କ କୌଶଳ ବିକାଶ ଯୋଜନାରେ ଅଣକୁଶଳୀ ଛାତ୍ରଛାତ୍ରୀମାନଙ୍କୁ କୁଶଳୀ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଟ୍ରେନିଂ ସେଣ୍ଟରର ଉଦ୍ଘାଟନ ହୋଇଯାଇଛି । ଏହାକୁ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଟ୍ରେନିଂ ସେଣ୍ଟରରେ ଇଲେକ୍ଟ୍ରିସିଆନ୍ ଏବଂ ମୋବାଇଲ ରିପେୟାରିଙ୍ଗ୍ର ଟ୍ରେନିଂ ଦିଆଯିବା ସହ ଏହା ସମ୍ପୂର୍ଣ୍ଣ ମାଗଣା ଓ କର୍ମନିଯୁକ୍ତିରେ ସହାୟକ ହେବ ବୋଲି ସେଣ୍ଟର ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ତଥା ୨୭ ନମ୍ବର ଜିଲ୍ଲାପରିଷଦ ସୁଧାଂଶୁ ଶେଖର ପଣ୍ଡା, ସୌମ୍ୟ ଦାସ, ମାନସ ଦାସ, ସୁବୋଧ ଚନ୍ଦ୍ର ପଣ୍ଡା, ସୌମ୍ୟଜିତ୍ ଦାସ ମହାପାତ୍ର, ସମର ଶେଖର କାନୁନ୍ଗୋ, ଉମାକାନ୍ତ ମହାପାତ୍ରଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।