ବନ ପାଳଙ୍କ କ୍ୱାର୍ଟର ଠାରୁ ମାତ୍ର ୧କିମି ଦୁରରେ ଥିବା ଜଙ୍ଗଲରୁ କୋଟି କୋଟି ଟଙ୍କାର ମୁଲ୍ୟବାନ କାଠ କଟିନେଲେ ମାଫିଆ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପୁରାତନ ରାଣୀଖମା ଜଙ୍ଗଲରୁ କୋଟି କୋଟି ଟଙ୍କାର ମୁଲ୍ୟବାନ କାଠ ମାଫିଆଙ୍କ ଦ୍ୱାରା କଟାଯାୁଥିବା ଅଭିଯୋଗ ହେଉଛି । ଜଙ୍ଗଲ ସୁରକ୍ଷା ଦାଇତ୍ୱରେ ଥିବା କର୍ମକର୍ତ୍ତାଙ୍କ ବେପରୁଆ ମନୋଭାବ ଯୋଗୁଁ ଗଜପତି ଜିଲ୍ଲାର ଅନେକ ପୁରାତନ ଜଙ୍ଗଲ ଧ୍ୱଂସ ପାଇବାରେ ଲାଗିଛି । ଜିଲ୍ଲାର ଜଙ୍ଗଲ ମଧ୍ୟରୁ ରାଣୀଖମା ଜଙ୍ଗଲ ଅତି ପୁରାତନ ଅଟେ । ପାରଳାଖେମୁଣ୍ଡି ବନ ଉପଖଣ୍ଡ ଅଧିନରେ ଥିବା ଏହି ଜଙ୍ଗଲ ୫୦ ଏକର ପରିସୀମା ମଧ୍ୟରେ ରହିଛି । ଶାଳ,ପିଆଶାଳ ଇତ୍ୟାଦି ମୁଲ୍ୟବାନ କାଠରେ ପରିପୁର୍ଣ୍ଣ ଏହି ଜଙ୍ଗଲ ଏବେ ଚୋରା କାଠ ମାଫିଆଙ୍କ ଯୋଗୁଁ ପଦା ହେବାରେ ଲାଗିଛି । ଚାନ୍ଦିପୁଟ ବନ ପାଳଙ୍କ ସରକାରୀ କ୍ୱାର୍ଟର ଠାରୁ ମାତ୍ର ୧କିମି ଦୁରରେ ଥିବା ଏହି ଜଙ୍ଗଲ ସୁରକ୍ଷା ପ୍ରତି ବନ କର୍ମଚାରୀଙ୍କ ନିଷ୍କ୍ରିୟତା ଓ ମାଫିଆଙ୍କ ସହ ସଲାସୁତୁରା ଯୋଗୁଁ ମୁଲ୍ୟବାନ ଓ ପୁରାତନ ଗଛ ଗୁଡିକ କଟାଯାଇ ପଡୋଶି ଆନ୍ଧ୍ର ଓ ବ୍ରହ୍ମପୁରକୁ ଚୋରା ଚାଲାଣ କରାଯାଉଛି । ଦିର୍ଘଦିନ ଧରି ଏପରି ହେବା ଦ୍ୱାରା ଏହି ପୁରାତନ ଜଙ୍ଗଲ ପଦା ହେବାକୁ ଗଲାଣି । ଜଙ୍ଗଲ ଧ୍ୱଂସ ଯୋଗୁଁ ପରିବେଶ ଉପରେ ଏହାର ପ୍ରଭାବ ପଡିଛି । ଏହି ଅଞ୍ଚଳର ଗ୍ରମ୍ୟ କମିଟି ତରଫରୁ ଅବିଯୋଗ ହୋଇଛି ଯେ,ଏହି ଜଙ୍ଗଲ ସଫା ହେବାର ମୁଳ କାରଣ ବିବାଗୀୟ କର୍ମଚାରୀଙ୍କ ହେୟଜ୍ଞାନ । ଦୁର୍ନିତି ଗ୍ରସ୍ତ କର୍ମଚାରୀଙ୍କ ମାଫିଆଙ୍କ ସହ ସଲାସୁତୁରା ଯୋଗୁଁ ରାଣୀଖମା ବନ ସଂପଦ ଲୋପ ପାଇବାରେ ଲାଗିଛି । ପଦସ୍ଥ କର୍ମକର୍ତ୍ତା ଏଥିରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ