ଟଙ୍କା ପାଇଁ ବ୍ଳକମେଲିଂ ଅଭିଯୋଗ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଗତ ଦିନରେ ମଝିଆ ଝିଅକୁ ନିର୍ଯ୍ୟାତନା ଓ ସାନ ଝିଅକୁ ଅପହରଣ କରି ନେଇଥିବା ନେଇ ଜ୍ୱାଇଁଙ୍କ ନାମରେ ଶ୍ୱଶୁର ଫୁଲବାଣୀ ଟାଉନଥାନାରେ ଅଭିଯୋଗ କରିଥିଲେ । ଟଙ୍କା ପାଇଁ ବ୍ଳକମେଲିଂ କରୁଥିବା ଅଭିଯୋଗ କରି ଶ୍ୱଶୁରଙ୍କ ନାମରେ ପାଲଟା ଜ୍ୱାଇଁ କୋର୍ଟରେ ଅଭିଯୋଗ କରିବା ଘଟଣା ସମଗ୍ର ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି ।ଫୁଲବାଣୀ ପଶୁ ସମ୍ପଦ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବିଜୟଚନ୍ଦ୍ର ଦିଗାଲଙ୍କ ମଝିଆ ଝିଅକୁ ବିବାହ କରିଛନ୍ତି ଆସାମ୍ ରାଇଫଲ୍ରେ ଯବାନ୍ ଥିବା ପ୍ରସନ୍ନ କୁମାର ଦିଗାଲ । ଜ୍ୱାଇଁ ମଝିଆ ଝିଅକୁ ମାନସିକ ଓ ଶାରୀରିକ ନିର୍ଯ୍ୟତନା ଦେଇ ଆସୁଥିବା ବେଳେ ସାନଝିଅକୁ ଜବରଦସ୍ତି ଅପହରଣ କରି ନେଇଥିବା ବିଜୟ ଗତ ୨ ତାରିଖରେ ଥାନାରେ ଏତଲା ଦେଇଥିଲେ । ଏତଲା ପ୍ରକାରେ ଟାଉନ୍ ପୁଲିସ୍ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ,ପରେ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲା ସାନଝିଅ । ଜ୍ୱାଇଁ ତାଙ୍କୁ ଅପହରଣ କରିନେବା ମିଛ । ବାପା ମନ୍ଦ ଉଦ୍ଦେଶ୍ୟରେ ଏଭଳି ଅଭିଯୋଗ କରିଛନ୍ତି ବୋଲି ସାନଝିଅ ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏବେ ଜ୍ୱାଇଁ ପ୍ରସନ୍ନ ମଧ୍ୟ ଶ୍ୱଶୁର ବିଜୟଚନ୍ଦ୍ରଙ୍କ ନାମରେ ପାଲଟା କୋର୍ଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ, ଫୁଲବାଣୀ ସହରରେ ଏକ ଜାଗା ଦେବା କହି ଶ୍ୱଶୁର ୫ ଲକ୍ଷ ଟଙ୍କା ନେଇଛନ୍ତି । ଯାଗା ଦେବା ପରିବର୍ତେ, ନେଇଥିବା ଟଙ୍କା ନଫରେଇ ଟଙ୍କା ମାଗିଲେ ବିଭିନ୍ନ ପ୍ରକାର ଆଳ ଦେଖାଇ ଆହୁରି ଟଙ୍କା ହାତେଇବା ପାଇଁ ଶ୍ୱଶୁର ବ୍ଳକମେଲିଂ କରୁଥିବ । ନେଇ ଅଭିଯୋଗ କରି ପ୍ରସନ୍ନ ଅନଲାଇନ୍ ମାଧ୍ୟମରେ ସେ କୋର୍ଟର ଆଶ୍ରୟ ନେଇଛନ୍ତି ।