ସ୍ଥାୟୀ କ୍ୟାମ୍ପ ଅଫିସ୍ ପ୍ରତିଷ୍ଠା ଦାବି

ରାଜ୍ୟରେ ରହିଥିବା ଇଞ୍ଜିନିୟରିଂ କଲେଜ ସଂଖ୍ୟା ମଧ୍ୟରୁ ସର୍ବାଧିକ ୭୦ ପ୍ରତିଶତରୁ ୮୦ ପ୍ରତିଶତ କଲେଜ ଉପକୂଳ ଓଡ଼ିଶାରେ ରହିଛି । ଛାତ୍ରଛାତ୍ରୀମାନଙ୍କର କୌଣସି ସମସ୍ୟା ସମାଧାନ ପାଇଁ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଅନ୍ୟୁନ ୪୦୦ କିଲୋମିଟରରୁ ଉଦ୍ଧ୍ୱର୍ ରାଉରକେଲାଠାରେ ରହିଥିବା ମୁଖ୍ୟ କାର୍ଯ୍ୟାଳୟକୁ ଯିବ ସମ୍ଭବପର ହେଉନାହିଁ । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗ ଏବଂ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଏପରିକି ଡ଼ିଜିଙ୍କ କ୍ୟାମ୍ପ ଅଫିସ୍ ଭୁବନେଶ୍ୱରରେ ରହିଥିବାରୁ ଜନସାଧାରଣ ଉପକୃତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭୁବେନଶ୍ୱରଠାରେ ଏକ ସ୍ଥାୟୀ କ୍ୟାମ୍ପ ଅଫିସ୍ ପ୍ରତିଷ୍ଠା ନିତ୍ୟାନ୍ତ ଜରୁରୀ ହୋଇପଡ଼ିିଛି ।
ବିପିୟୁଟି କର୍ତ୍ତୃପକ୍ଷଙ୍କ ବିଭିନ୍ନ ଆଳରେ ମନୋମୁଖୀ ଫି ଆଦାୟ ବନ୍ଦ କରାଯାଉ : ଏଆଇସିଟିଇର ନିୟମ ଅନୁସାରେ ଜଣେ ଛାତ୍ର କିମ୍ବା ଛାତ୍ରୀ ବେସରକାରୀ କଲେଜକୁ ବର୍ଷକୁ ଦୁଇଥର ପଞ୍ଜିକରଣ ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଦେବାର ନିୟମ ରହିଛି । କିନ୍ତୁ ବିପିୟୁଟି କର୍ତ୍ତୃପକ୍ଷ ଏହି ପଞ୍ଜିକରଣ ବାବଦକୁ ମନଇଚ୍ଛା ଅର୍ଥ ଆଦାୟ କରନ୍ତି ଏବଂ ଯଦି ଗୋଟିଏ ଦିନ ବିଳମ୍ବ ହୁଏ, ତେବେ ପ୍ରତିଦିନ ୫୦୦ଲେଖାଏଁ ଟଙ୍କା ଅତିରିକ୍ତ ଆଦାୟ କରାଯାଏ । ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀମାନଙ୍କ ପୁନଃ ମୂଲ୍ୟାୟନ ଏବଂ ଫଟୋ କପି ବାବଦକୁ ଅନ୍ୟୁନ ହିସାବରେ ଅତି ବେଶୀରେ ୫୦ରୁ ୬୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୂର୍ବରୁ ଏହି ବାବଦକୁ ବିପିୟୁଟି ୨୦୦ ଟଙ୍କା ଆଦାୟ କରୁଥିଲା । କିନ୍ତୁ ତାହା ବର୍ତ୍ତମାନ ବୋଝ ଉପରେ ନଳିତା ବିଡ଼ା ସଦୃଶ ୫୦୦ଟଙ୍କାକୁ ବୃଦ୍ଧି କରାଯାଇଛି ଯାହାକି ଜଣେ ଛାତ୍ର କିମ୍ବା ଛାତ୍ରୀ ପୁନଃ ମୂଲ୍ୟାୟନ ପାଇଁ ଚିନ୍ତା କରୁଛନ୍ତିି । ଏହି ନିୟମଗୁଡ଼ିକ ବିପିୟୁଟି କର୍ତ୍ତୃପକ୍ଷଙ୍କ ମନୋମୁଖୀ ଅର୍ଥ ଆଦାୟ କରିବା ପାଇଁ ଅନ୍ୟ ଏକ ଉପାୟ ଯାହାକି ଏଆଇସିଟିଇର ନିୟମ ଅଧୀନରେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ