ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଆଶା ସାଥୀ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର,(ୱାଇଏନ୍ଏସ୍): ମହାମାରୀ କରୋନା ସମୟରେ ଆଶା ସାଥୀମାନେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିଲା ବେଳେ ଆଜି ସେମାନଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି । ସାରା ଦେଶରେ ୪୧ ହଜାର ୪୦୫ ଜଣ ଆଶା ଫେସିଲେଟର୍ସ (ଆଶା ସାଥୀ) କାମ କରୁଥିଲା ବେଳେ ବର୍ତ୍ତମାନ ଆମ ରାଜ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୨୩ଟି ଜିଲ୍ଳାରେ ୭୧୭ ଜଣ ଆଶା ସାଥୀ କାର୍ଯ୍ୟ କରୁଛନ୍ତି । ସାରା ଦେଶରେ କାର୍ଯ୍ୟରତ ଆଶା ଫେସିଲେଟର୍ସ (ଆଶା ସାଥୀ) ମାନଙ୍କୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରୁଥିଲା ବେଳେ ରାଜ୍ୟ ସରକାର ତାଙ୍କ ତରଫରୁ ୧୫୦୦ ଟଙ୍କା ଦିଅନ୍ତି । ଫଳସ୍ୱରୂପ ସେମାନେ ମାସିକ ୭,୫୦୦ ଟଙ୍କା ପାଉଥିବା ବେଳେ ଓଡ଼ିଶା ରାଜ୍ୟରେ ମାତ୍ର ୩୦୦୦ ଟଙ୍କା ପ୍ରଦାନ କରାଯାଉଛି । କେନ୍ଦ୍ର ସରକାର ଗତ ୨୪.୧୦.୨୦୧୮ ରିଖ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇ ଆଶା ସାଥୀମାନଙ୍କର ୬ ହଜାର ଟଙ୍କା ଘୋଷଣା କରିଥିଲେ । ତା ସହିତ ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଯାହା ଫଳରେ ଆଶା ସାଥୀ ମାନେ ଏହି ଯୋଜନା ମାଧ୍ୟମରେ ଦୁର୍ଘଟଣା ଜନିତ ଓ ମୃତ୍ୟୁକାଳୀନ ରାଶି ପାଇପାରିବେ । ଆଶା ସାଥୀମାନଙ୍କର ପ୍ରିମିୟମ ଦେୟ କେନ୍ଦ୍ର ସରକାର ବହନ କରିବେ । ଦୁଃଖର ବିଷୟ, ରାଜ୍ୟ ସରକାର ଠିକ୍ ରୂପେ କାର୍ଯ୍ୟକାରୀ କରୁନାହାଁନ୍ତି । ଠିକ୍ ସେହି ପରି ଆଶା ସାଥୀମାନଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ କରି ପାରିବେ । ଅନ୍ୟାନ୍ୟ ରାଜ୍ୟରେ ଏହା ଲାଗୁ ହେବା ଯୋଗୁ ସେମାନେ ସୁବିଧା ପାଉଥିବା ବେଳେ ଓଡ଼ିଶା ରାଜ୍ୟରେ ତାହା କାର୍ଯ୍ୟକାରୀ ହେଉନାହିଁ । ଯାହାଫଳରେ ଆଶା ସାଥୀମାନେ ବିଭିନ୍ନ ରୋଗରେ ପଡ଼ି ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଯେଉଁ ଆଶା ସାଥୀ ରୂପେ ଦୀର୍ଘ ୧୦ ବର୍ଷ କାମ କଳଶ ପରେ ପଦୋନ୍ନତି ପାଇଁ ଆଶା ସାଥୀ ରୂପେ ସରକାରଙ୍କ ତରଫରୁ ନିଯୁକ୍ତି ଦିଆଗଲା । ସାରା ରାଜ୍ୟରେ ଆଶା ସାଥୀଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ଗୁରୁତ୍ୱ ନଦେବା ଫଳରେ ଆଶା ସାଥୀ ସ୍ୱାସ୍ଥ୍ୟ ବୀମାରୁ ଆଜି ବଞ୍ଚିତ । ବର୍ତ୍ତମାନ ସମୟରେ ମହାମାରୀ କରୋନା କାର୍ଯ୍ୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦିଆଯାଉଥିବା ବେଳେ ଆଶା ସାଥୀ ସମସ୍ତ କାର୍ଯ୍ୟରେ ସହଯୋଗ କରୁଥିବା ବେଳେ ଆଜି ସେହି ପ୍ରୋତ୍ସାହନ ରାଶି ଆଶ ସାଥୀ ମାନଙ୍କୁ ପ୍ରଦାନ କରାନଯିବା ଫଳରେ ଆଶା ସାଥୀ ମାନଙ୍କ ମନରେ ଘୋର ନୈରାଶ୍ୟ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କୁ ଓ କେନ୍ଦ୍ର ସରକାରଙ୍କୁ ସଂଘ ତରଫରୁ ବାରମ୍ବାର ଦେଖା ଦେଉଥିବା ସମସ୍ୟାର ସମାଧାନ ପାଇଁ ଲିଖିତ ଜଣାଉଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କର ଉଦାସୀନତା ଯୋଗୁ ରାଜ୍ୟରେ କାର୍ଯ୍ୟ କରୁଥିବା ୭୧୭ ଜଣ ଆଶା ସାଥୀମାନେ ଆଜି ଶୋଷଣର ଶିକାର ହେଉଛନ୍ତି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ ତରଫରୁ ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ୮ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଦାବୀଗୁଡ଼ିକ ମଧ୍ୟରେ ଆଶା ସାଥୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬୦୦୦ ଟଙ୍କା ପ୍ରଦାନ କରାଯିବା, ଆଶା ସାଥୀ ମାନଙ୍କର ୟୁନିଫର୍ମ ଲାଗୁ କରାଯିବା, ଆଶା ସାଥୀମାନଙ୍କୁ କାର୍ଯ୍ୟ ଦକ୍ଷତା କରିବା ପାଇଁ ଟ୍ରେନିଂ ଦିଆଯିବା,୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କୁ ଇନ୍ସୁରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ରାଶି ପତ୍ର ପ୍ରଦାନ କରାଯିବା,ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା,ପ୍ରଧାନମନ୍ତ୍ରୀ ସରୁକ୍ଷା ବୀମା ଯୋଜନା କାର୍ଯ୍ୟ କାରୀ କରାଯିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆୟୁଷ୍ମାନ ଭାରତ ଚିକିତ୍ସା ବୀମାକୁ ଆଶା ସାଥୀମାନଙ୍କ ପାଇଁ ଲାଗୁ କରାଯିବା, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଆଶା ସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ଯୋଗାଇ ଦିଆଯିବା ପ୍ରମୁଖ ଅଟେ । ଆଜି ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକଙ୍କୁ ସଂଘର ଏକ ପ୍ରତିନଧି ମଣ୍ଡଳୀ ସାକ୍ଷାତ୍ କରି ଦାବି ପତ୍ର ପ୍ରଦାନ କରିଥିଲେ । ସଂଘର ସାଧାରଣ ସମ୍ପାଦିକା ସୁମତୀ ଆଚାର୍ଯ୍ୟ, ସଭାନେତ୍ରୀ କଳ୍ପନା ଦାସ, ରାଜ୍ୟ କୋଷାଧ୍ୟକ୍ଷା କଳ୍ପନା ସେଠୀ, ଭାରତୀୟ ମଜଦୁର ସଂଘର ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ଶ୍ରୀ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ