ରୋଗ ଓ ଚିକିତ୍ସାଶାସ୍ତ୍ର ପରିଚାଳନା ସମ୍ପର୍କିତ ୱେବିନାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ପକ୍ଷରୁ ରବିବାର ଅପରାହ୍ନରେ ରୋଗ ଓ ଚିକିତ୍ସାଶାସ୍ତ୍ର ପରିଚାଳନା ସମ୍ପର୍କିତ ୱେବିନାର ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ମୁଖ୍ୟ ତଥା ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ପୃଷ୍ଠପୋକତାରେ ବିଭାଗୀୟ ମୁଖ୍ୟ ସମ୍ପର୍ଣ୍ଣରାଣୀ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ସ୍ୱସ୍ତିକା ପାଢି ଶୂଭ ଊଦଘାଟନ କରିଥିଲେ । ଆନ୍ଧ୍ରପ୍ରଦେଶ ଚିତୋର ସ୍ଥିତ ଦ୍ରାଭିଡ଼ିୟାନ ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ. ମସ୍ତାନ ମାନରୁପ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମୋଟାପଣ ଭଳି ବିଭିନ୍ନ ଜଟିଳ ରୋଗରୁ ରକ୍ଷା ପାଇବା ସକାଶେ ଔଷଧୀୟ ବୃକ୍ଷଲତା ଏକମାତ୍ର ବିକଳ୍ପ ଔଷଧ ଭାବେ ବାସ୍ତବ ପ୍ରୟୋଗ ହୋଇ ପାରିବ ବୋଲି ସାରଗର୍ଭକ ସ୍କନ୍ଦର୍ଭ ପାଠ କରିଥିଲେ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପ ଡ଼ଃ. ତପନ କୁମାର ବାରିକ, ମଶାଙ୍କ ଦ୍ୱାରା ସଂକ୍ରମିତ ବିଭିନ୍ନ ରୋଗ ଓ ସେମାନଙ୍କ ବଂଶବୃଦ୍ଧି ଯେଭଳି ଭାବେ ଭଅ ସହଂଚରିତ କରିଛି ତାହାର ପରିଚାଳନା ଓ ବାସ୍ୱ ପ୍ରୟୋଗ ସକାଶେ ଗବେଷଣାତ୍ମକ ସ୍କନ୍ଦର୍ଭ ପାଠ କରିଥିଲେ । ଅହମଦାବାଦ ସ୍ଥିତ ଭାରତୀୟ ଭେଷଜ ଗବେଷଣା ପରିଷଦର ବରିଷ୍ଟ ବୈଜ୍ଞାନିକ ଡ଼ଃ. ମହେଶ ଚନ୍ଦ୍ର ସାହୁ ଯୋଗଦେଇ ମାନବ ଶରୀରରେ ଜୀବାଣୁ ନାଶକାରୀ ଗୁଳ୍ମଲତାର ବାସ୍ତବ ପ୍ରୟୋଗ ଏବଂ ପରିଚାଳନାର ସଠିକ ବିନିଯୋଗ କଲେ ଆମ ସ୍ୱାସ୍ଥ୍ୟର ସଠିକ ଭ।।ବେ ଉନ୍ନତି ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଶ୍ରୀମତି ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ସହକାରୀ ଅଧ୍ୟାପକ ମାନସ ମୋହନ ବଳିୟାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ସୁପ୍ରିୟା ଗୁପ୍ତା, ସୁଶିଳା ପାଣିଗ୍ରାହୀ, ସୁଜତା କୁମାରୀ ମହାପାତ. ନଳିନି ଦାଶ, ବନ୍ଦନା ପାଣିଗ୍ରାହୀଙ୍କ ସମେତ ବହୁ ଗବେଷକ, ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଧ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ