ସେବା ସଂକଳ୍ପ ଅଭିଯାନ ୨୦୨୬ ଉପଲକ୍ଷେ ବୃକ୍ଷ ରୋପଣ
ପୋଲସରା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକରେ ସେବା ସଂକଳ୍ପ ଅଭିଯାନ ୨୦୨୬ ପାଳନ ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ୱାବଧାନରେ ଏକ ପେଡ ମା କେ ନାମ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୋଡ଼କ ସରପଞ୍ଚ ଉତ୍କଳ ପ୍ରଧାନଙ୍କ ନେତୃତ୍ବରେ ପଣ୍ଡା ହଜ ହିଡରେ ଚାରା ରୋପଣ କରି ଶୁଭାରମ୍ଭ କରିଥିଲେ। ସେହିପରି ମଥୁରା, ନିମିନା, ବେଲଗାଁ, ମନ୍ଦାର, ବନ୍ଥପଲ୍ଲୀ, ବର୍ତ୍ତିନି ସମେତ ସମସ୍ତ ୨୬ ପଞ୍ଚାୟତରେ ସରପଞ୍ଚ ବୃନ୍ଦଙ୍କ ନେତୃତ୍ୱରେ ନିଜ ନିଜ ପଂଚାୟତରେ ଚାରା ରୋପଣ କରିଥିବା ଜଣାପଡିଛି। ପଞ୍ଚାୟତମାନଙ୍କ ରେ ଚାରା ରୋପଣ କାର୍ଯ୍ୟକ୍ରମ ସମୟରେ ସିଆରପି, ଏମବିକେ ଓ ପ୍ରକୃତି ପ୍ରେମୀ ମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।


