ଘରର ଛାତ ପଡି ଦୁଇ ନାବାଳକ ଆହତ

ପୋଲସରା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଜକର  ପଞ୍ଚାୟତର ଜକର ଗ୍ରାମର କୃଷ୍ଣ ନଗର ସାହିର ସତ୍ୟବାନ ବିଶ୍ଵାଳଙ୍କ ବହୁ ପୁରାତନ ଘର ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଛାତର କିଛି ଅଂଶ ପଡ଼ି ସତ୍ୟବାନ ବିଶ୍ଵାଳଙ୍କ ପରିବାରର ଦୁଇ ଜଣ ଶିଶୁ ଆହତ ହୋଇଥିବା ଜଣାପଡିଛି। ଖବର ଜାଣିବା ପରେ ସ୍ଥାନୀୟ ସରପଞ୍ଚ ଦୀପିକା ବାରିକ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶିଶୁଙ୍କ ଚିକିତ୍ସା କରାଇବା ସହ ଘର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିବା ପରେ ଘରର ଅବସ୍ଥା ଠିକ୍ ନଥିବା ଦେଖି ପଞ୍ଚାୟତ ଅଫିସରେ ରହିବାର ବନ୍ଦୋବସ୍ତ କରିବା ସହିତ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ଏହାପରେ ସରପଞ୍ଚ ଦୀପିକା ବାରିକ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କୁ ଘଟଣା ବିଷୟରେ ଅବଗତ କରାଇବା ସହ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ଯୋଗାଇବା ପାଇଁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ