ହିଞ୍ଜିଳିକାଟୁ ମା ଶ୍ୟାମଲାଇ ଅଟୋ ମାଲିକ ସଂଘ ପକ୍ଷରୁ ମାସ୍କ ବଣ୍ଟନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ କରୋନା ସପ୍ତାହ ପାଳନ ଅବସରରେ ହିଞ୍ଜିଳିକାଟୁ ମା ଶ୍ୟାମଲାଇ ଅଟୋ ମାଲିକ ସଂଘ ପକ୍ଷରୁ ମାସ୍କ ବଣ୍ଟନକୁ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁଙ୍କ ଜରିଆରେ କରାଯାଇଥିଲା | ଏଥିରେ ସଂଘ ର ସଭାପତି ଶ୍ରୀ ଶରତ ଚନ୍ଦ୍ର ସାବତ, ପୂର୍ବତନ ଉପ ନଗରପାଳ ଶ୍ରୀ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ କାଉନ୍ସିଲର ତଥା ସଂଘ ର ଯୁଗ୍ମ ସମ୍ପାଦକ ଶ୍ରୀ ଯୁଧିଷ୍ଠିର ସ୍ଵାଇଁ, ସମ୍ପାଦକ ଭିକା ବେହେରା, ଶ୍ରୀନୁ ବିଶ୍ଵାସରାୟ , ସମସ୍ତ ଅଟୋ ମାଲିକ ମାନେ ଉପସ୍ଥିତ ଥିଲେ ଏବଂ ଶ୍ରୀ ସାହୁ ଙ୍କ ଦ୍ଵାରା କୋଭିଡ ପରିଚାଳନା କେମିତି କରାଯିବ ତାରି ଉପରେ ସଚେତନ କରାଇ ଥିଲେ| ବିଶେଷ କରି ଗଞ୍ଜାମ ଜିଲ୍ଲାପାଳ ଙ୍କ କରୋନା ସପ୍ତାହ ପାଳନ ଚିନ୍ତାଧାରା କୁ ସମସ୍ତେ ପ୍ରସଂଶା କରିଥିଲେ ଓ ଆମ ସହର କୁ କରୋନା ମୁକ୍ତ କରିବା ନେଇ ଜନସାଧାରଣ ଙ୍କ ସହଯୋଗ ଲୋଡ଼ିଥିଲେ ।


