କୋରନା ଯୋଦ୍ଧାଙ୍କୁ ସମ୍ମାନିତ
ବ୍ରହ୍ମପୁର,(ୱାଇଏନ୍ଏସ୍): ଗଞ୍ଜାମ ଗଜପତି ନଗର ନିବାସୀ ଇଂଞ୍ଜିନିୟର ଅଭିମନ୍ୟୁ ପ୍ରଧାନ ଗଞ୍ଜାମ ଜିଲ୍ଲା କୁର୍ମ୍ମ କ୍ଷତ୍ରିୟ ସମାଜର ସଭାପତି ତଥା ଭାରତ କୃଷକ ସମାଜର ସାମାଜିକ ସଦସ୍ୟ କୋରନା ଯୋଦ୍ଧା ଭାବରେ ବ୍ରହ୍ମପୁର ଏସ.ପି ଶ୍ରୀ ପିନାକ ମିଶ୍ର ଓ ଅତିରିକ୍ତ ଏସ.ପି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଛ ଦେଇ କୋରନା ଯୋଦ୍ଧା ଭାବରେ ସମ୍ମାନିତ କରିଛନ୍ତି | ସେହିପରି ଭାବରେ ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ ଏସ.ପି ଓ ଗଞ୍ଜାମ ପିଡି.ଡି.ଆର.ଡି.ଏ ଙ୍କୁ ମଧ୍ୟ କୋରନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା | ବ୍ରହ୍ମପୁର ଏସ.ପି ଅଫିସର ସମସ୍ତ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା | ଏହି ଉଶ୍ଚବରେ ପ୍ରଫୁଲ କୁମାର ବିଷୋୟୀ, ରାକେଶ ପ୍ରଧାନ, ସୁନୀଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |