ମୁହଁରୁ ଜାଣନ୍ତୁ କାହାର କେମିତି ସ୍ୱଭାବ
ଜଣେ ବ୍ୟକ୍ତିଙ୍କ ମୁହଁକୁ ଦେଖିଲେ ଆମେ ତାଙ୍କ ବିଷୟରେ ବହୁତ କଥା ଭାବିଥାଉ । କାରଣ ସେ ନିଜେ ଯେତେ କଥା ନ କୁହନ୍ତି ତାଠୁ ଅଧିକ କଥା କହେ ତାଙ୍କ ମୁହଁ । କିନ୍ତୁ ମୁହଁର ଆକୃତି ଦେଖି କାହାର ସ୍ୱଭାବ ଜାଣିବା କଥା କେବେ ଶୁଣିଛନ୍ତି କି । ଆଜି ଆମେ ଆପଣଙ୍କୁ ବତାଇବୁ ମୁହଁର ଆକାର ଦେଖି କେମିତି ଜାଣିବେ ସେହି ବ୍ୟକ୍ତିଙ୍କ ସ୍ୱଭାବ କ’ଣ?
ଅଣ୍ଡାକୃତି ମୁହଁ:ଯେଉଁ ଲୋକଙ୍କ ମୁହଁ ଅଣ୍ଡାକୃତିର ହୋଇଥାଏ ସେମାନେ ସ୍ୱଭାବ ବହୁତ ଆକର୍ଷଣୀୟ ହୋଇଥାଏ । ଫିଲ୍ମ ଇଣ୍ଡଷ୍ଟ୍ରି ଓ ମିଡିଆ ଇଣ୍ଡଷ୍ଟ୍ରିରେ ଏମାନେ ବେଶ ନାଁ କରନ୍ତି । ଏମାନେ ବହୁତ ରାଗି ହୋଇଥାନ୍ତି । ଏହା ସହ ସେମାନେ ବହୁତ ଜିଦ୍ଖୋର ମଧ୍ୟ ହୋଇଥାନ୍ତି ।
ଲମ୍ବା ମୁହଁ:ଏହି ଆକାରର ମୁହଁ ଥିବା ବ୍ୟକ୍ତି ସବୁ ପରିସ୍ଥିତିକୁ ସାମ୍ନା କରିଥାନ୍ତି । କିନ୍ତୁ ଏମାନଙ୍କୁ ବୈବାହିକ ଜୀବନରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।ଏମାନଙ୍କ ସ୍ୱାସ୍ଥ୍ୟ ଭଲ ରହେ ।
ତିନିକୋଣିଆ ମୁହଁ:ଯେଉଁ ବ୍ୟକ୍ତିଙ୍କ ମୁହଁ ତିନି କୋଣିଆ ହୋଇଥାଏ ସେମାନେ ସମସ୍ତ କାମକୁ ଅନ୍ଦାଜରେ କରିଥାନ୍ତି । ସେମାନେ ବିଶେଷ କରି କଳା କ୍ଷେତ୍ର ସଫଳତା ହାସଲ କରିଥାନ୍ତି । ଏମାନେ ନିଜ କାମରେ ଅନ୍ୟ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ ।
ଚାରି କୋଣିଆ ମୁହଁ: ଏହି ଆକୃତିର ମୁହଁ ଥିବା ବ୍ୟକ୍ତି ଅନେକ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଅନ୍ୟଠୁ କାମ ଆଦାୟ କରିବା ବେଶ ଭଲ ଭାବେ ଜାଣନ୍ତି । ଏମାନେ ସବୁ କାମରେ ନିଜ ଢ଼ଙ୍ଗରେ କରାଇବାକୁ ଚାହାନ୍ତି । ଏମାନଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ଥାଏ । ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇଥାଏ ।
ଗୋଲାକାର ମୁହଁ: ଗୋଲାକାର ମୁହଁ ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ । ଏମାନଙ୍କୁ ନିଜ କ୍ୟାରିୟରରେ ଭଲ ସଫଳତା ମିଳିଥାଏ । ଏମାନଙକୁ ସବୁ ଜିନିଷ ବେଷ୍ଟ ହିଁ ମିଳିଥାଏ । ଏମାନଙ୍କୁ ପରଫେକ୍ଟ ଜୀବନ ସାଥୀ ମିଳିଥାଏ । ଏମାନେ ପ୍ରେମ ବି ସଫଳ ହୋଇଥାନ୍ତି ।


