ସାଇବାବା କ୍ଲବ,ଗାୟତ୍ରୀ ପରିବାର,ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତି ଶିବିରରୁ ୪୫ ୟୁନିଟ ରକ୍ତ ସଂଗୃହୀତ
ଗଞ୍ଜାମ,(ୱାଇଏନ୍ଏସ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ଅଧିନସ୍ଥ ଡିଆଁଡେଇଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଇ ବାବା କ୍ଲବ ଓ ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉମାକାନ୍ତ ସାହୁଙ୍କ ବେଦମନ୍ତ୍ର ଧନୀରେ ଆରମ୍ଭ ହୋଇଥିବା ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ରମ୍ଭା ବନାଞ୍ଚଳ ଅଧିକାରୀଣୀ ରଶ୍ମିତା ଜେନା ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଏଥିର ସମ୍ମାନୀତ ଅତିଥି ଭାବେ ରମ୍ଭା ଶାଖା ସଂଯୋଜକ ରବିନାରାୟଣ ସେନାପତି,ଗୌରାଙ୍ଗପାଟଣା ଶାଖା ସଂଯୋଜକ ଶିକ୍ଷକ ଶେଷଦେବ ବେହେରା, କଣ୍ଟାପଡା ମଠମୁକୁନ୍ଦପୁର ଶାଖା ସଂଯୋଜକ ଝଡ଼ିଆ ନାହାକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୪୫ ୟୁନିଟ ସଂଗ୍ରହ କରାଯାଇଥିଲା । ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭାର ମୁଖ୍ୟ ପଞ୍ଚାନନ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାଇବାବା କ୍ଲବ ସଂପାଦକ ପ୍ରଶାନ୍ତ ଦାସ,ଉପ ସଭାପତି ସୁକାନ୍ତ ନାହାକ,ଆଲୋକ ନାହାକ, ସମ୍ବିତ ନାହାକ,କବିର ନାହାକ, ଶୁଭମ ନାହାକ, ଆଶିଷ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ପ୍ରଦୀପ କୁମାର ସୁବୁଦ୍ଧି, ଡମ୍ବରୁ ବାହାଦୂର କାର୍କୀ,କେ ଚନ୍ଦ୍ର ରାଓ,ଦେବାଶିଷ ପଣ୍ଡା,ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାତାମାନେ ହେଲେ ବିଜ୍ଞାନ୍ତ ନାହାକ, ବସନ୍ତ ଦାସ, ପିଣ୍ଟୁ ନାହାକ,ମାନସ ନାହାକ,ମୁନା ନାହାକ ,ରୁଦ୍ରମଣି ନାହାକ, ରଞ୍ଜିତ ନାହାକ ,କମଲ ଦାସ ଦିବ୍ୟଲୋଚନ ନାହାକ ,ଚନ୍ଦନ କୁମାର ଦାସ,ଦଧିବାମନ ଦାସ, ଅରବିନ୍ଦ ନାହାକ, ଆଲୋକ ରଂଜନ ନାହାକ, ମଳୟ ନାହାକ, ମୁନା ନାହାକ, କବିରାଜ ଦାସ, ସଞ୍ଜୟ କୁମାର ଦାସ, ଅର୍ଜୁନ ନାହାକ, ସୁଜିତ କୁମାର ନାହାକ, ପ୍ରବୀଣ ନାହାକ, ତରଣୀ ସେନ ନାହାକ, ରଞ୍ଜିତ ନାହାକ, ଆରତ ନାହାକ, ବାରିଧି ନାହାକ, ପ୍ରବୀର ନାହାକ, ନିରାକାର ନାହାକ, ଗଗନ ବିହାରୀ ନାହାକ, ଅଂଶୁମାନ ଦାସ, ଶିଶିର କୁମାର ନାହାକ,ଅନାଥ ନାହାକ,ଦେବାଶିଷ ଦାସ,ଦିପକ ନାହାକ, ଆଶିଷ କୁମାର ନାହାକ, ଅମର ଦାସ, ସିଦ୍ଧାନ୍ତ ନାହାକ, ସଂଗ୍ରାମ ଦାସ, ପ୍ରୟାଗ କୁମାର ନାହାକ, ଜଗମୋହନ ନାହାକ, ରଞ୍ଜନ ଦାସ ରବିନାରାୟଣ ସେନାପତି, ପଞ୍ଚାନନ ଖଟୁଆ, ପ୍ରବୀର ନାହାକ ପ୍ରଶାନ୍ତ କୁମାର ଦାସ, ପ୍ରସାଦ ନାହାକ ଓ ଗଣେଶ ନାହାକ ପ୍ରମୁଖ ଜାତୀୟ ରକ୍ତଦାତା ଦିବସରେ ବୈଶ୍ୱିକ ମହାମାରୀ କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୁରେଇବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ସାଇ ବାବା କ୍ଲବର ସଭାପତି ବସନ୍ତ ନାହାକ ସେହି ରକ୍ତବୀର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।