ଗାରପୁର ମୁସଲିମ୍ ବସ୍ତିରେ ଗାନ୍ଧୀଜୟନ୍ତୀ ପାଳିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁର ମୁସଲିମବସ୍ତିରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମୁସ୍‌ଲିମ୍ ବସ୍ତିର ଅଙ୍ଗନୱାଡି କେନ୍ଦ୍ରରେ ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସରପଞ୍ଚ ଗାୟାତ୍ରୀ ମହାନ୍ତି, ଅଙ୍ଗନୱାଡି କର୍ମୀ ସମସିରା ବେଗମ,ଅବଦୁଲ ସଲିମ ଖାଁନ (ଗୁଲୁବାବୁ), ମହମ୍ମଦ ପରଭେଜ ସଜାତ,ୱାର୍ଡମେମ୍ବର ମଲ୍ଲିକ ଅଲିଜାନ,ଅଇନୁଲ ଇସଲାମ, ମୀର ସଫିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ କୁନି କୁନି ପିଲାମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ