ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଗାଧୋଇବାପାଇଁ ଯାଇଥିବାବେଳେ ନାଳ ନିକଟରେ ଛୁରୀ ଭୁଷିବାସହ ପଥରରେ ମୁଣ୍ଡକୁ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଟାଙ୍ଗି ଅଞ୍ଚଳରେ । ଘଟଣାରେ ହତ୍ୟାକାରୀ ସ୍ଵାମୀ ରତିକାନ୍ତ ଦିଗାଳକୁ ଗିରଫ କରିଛି ବାଲିଗୁଡ଼ା ପୋଲିସ୍ । ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ପଥର ଜବତ କରିଛି ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ବାରଖମା ଗ୍ରାମର ରତିକାନ୍ତ ଦିଗାଳ ନାମକ ଯୁବକ ଗଟାଙ୍ଗି ଅଞ୍ଚଳରେ ରହୁଥିବା ଯାଜ୍ଞସିନି ଦିଗାଳଙ୍କୁ ୨୦୦୭ ମସିହାରେ ବିବାହ କରିଥିଲେ ଏବଂ ତାଙ୍କର ବର୍ତ୍ତମାନ ତିନୋଟି ସନ୍ତାନ ମଧ୍ୟ ଅଛନ୍ତି । ଗତ କିଛି ବର୍ଷ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା ଏବଂ ଯାଜ୍ଞସିନି ନିଜ ବାପା ମା ଙ୍କ ପାଖରେ ଗଟାଙ୍ଗିରେ ରହିଆସୁଥିଲେ । ଗତ ଦୁଇଦିନ ତଳେ ରତିକାନ୍ତ କ୍ରୋଧ ପରାୟଣ ହୋଇ ଗଟାଙ୍ଗି ଗ୍ରାମରେ ପହଁଚିଥିଲେ । ଜାଜ୍ଞେସିନି ଗଟାଙ୍ଗି ଦଶମୁଣ୍ଡା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ କ୍ରୋଧରେ ଜର୍ଜରିତ ରତୀକାନ୍ତ ପ୍ରଥମେ ତାଙ୍କ ସ୍ତ୍ରୀ ଜାଜ୍ଞେସିନିକୁ ଛୁରୀ ଭୁସିଥିଲେ ଏବଂ ପରେ ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଏ ନେଇ ବାଲିଗୁଡା ଥାନା କେଶ ନଂ.୧୮୨/୨୦ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସ୍ବାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। ହତ୍ୟା କାଣ୍ଡର ତଦନ୍ତ ଭାର ଏସ୍ଆଇ ଦିପକ କୁମାର ରାଉତ ନେଇଥିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ