ବଦଳାନ୍ତୁ ଭଙ୍ଗା ସ୍କ୍ରିନ୍ଗାର୍ଡ଼

ଅଧିକାଂଶ ଲୋକଙ୍କ ଭଙ୍ଗା ସ୍କ୍ରିନଗାର୍ଡ଼ ବ୍ୟବହାର କରିବା ଅଭ୍ୟାସ ରହିଥାଏ ଏବଂ ଏହି ଅଭ୍ୟାସ ତାଙ୍କର ବଦଳିନଥାଏ । ଏହା ଆପଣଙ୍କ ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଏହା ବିଷୟରେ ବୋଧହୁଏ ଆପଣ ଜାଣିନଥିବେ । ସ୍କ୍ରିନଗାର୍ଡ଼ ସ୍ମାର୍ଟଫୋନର ଏପରି ଏକ ଅଂଶ ହୋଇଥାଏ ଯାହା ଅଧିକାଂଶ ସମୟରେ ଭାଙ୍ଗି ଯାଇଥାଏ । ତଥାପି ଲୋକେ ଏହାକୁ ବ୍ୟବହାର କରିଥାଆନ୍ତି । କିନ୍ତୁ ଏହା ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଥାଇଲାଣ୍ଡର ସ୍ଥାନୀୟ ଖବରକାଗଜରୁ ମିଳିଥିବା ସୂଚନା ଅନୁଯାୟୀ ଅଜୁଆନ ଇକବାଲ ଅବଦୁଲାହ ସାନି ନାମକ ୨୩ବର୍ଷ ବୟସ୍କ ଜଣେ ଯୁବକଙ୍କୁ ତାଙ୍କ ଆଙ୍ଗୁଠି ହରାଇବାକୁ ପଡ଼ିଥିଲା । ଭାଙ୍ଗିଯାଇଥିବା ସ୍କ୍ରିନଗାର୍ଡ଼ର ଏକ ଛୋଟ ଟୁକୁରା ତାଙ୍କ ଆଙ୍ଗୁଠିରେ ପଶିଯାଇଥିଲା । କିଛି ଦିନ ପରେ ତାହା ଫୁଲିଯାଇଥିଲା ଏବଂ ଏଥିରେ ସଂକ୍ରମଣ ହୋଇଯାଇଥିଲା । ଆଣ୍ଟିବାୟୋଟିକ୍ ଔଷଧ ନେବା ପରେ ମଧ୍ୟ ଏହା ଠିକ୍ ହୋଇନଥିଲା । ଏହା ପରେ ଡାକ୍ତର ଏହି କ୍ଷତର କାରଣ ଜାଣିବା ପରେ ଏହାର ସର୍ଜରି କରିଥିଲେ । ଏଥିରେ ସଂକ୍ରମଣ ହୋଇଯାଇଥିବାରୁ ଡାକ୍ତରଙ୍କୁ ଆଙ୍ଗୁଠିର କିଛି ଅଂଶ କାଟିବାକୁ ପଡ଼ିଥିଲା ।
୧. ଟଚ ସ୍କ୍ରିନ୍ ହେବ ଖରାପ : ଯେତେ ଅଧିକ ସମୟ ଭଙ୍ଗା ସ୍କ୍ରିନଗାର୍ଡ଼ ଆପଣଙ୍କ ଫୋନରେ ରହିବ ସେତେ ଅଧିକ ଆପଣଙ୍କ ଫୋନରେ କ୍ଷତି ହେବ । ତେଲ, ପାଣି ଆଦି ଫୋନ ଭିତରେ ପଶିଯିବ । ସ୍ମାର୍ଟଫୋନର ସ୍ପିଡ ମନ୍ଥର ହେବ । ଏହା ଦ୍ୱାରା ଫୋନ୍ ମଧ୍ୟ ସ୍କ୍ରାଚ ହୋଇଯିବ ।
୨. ଆଙ୍ଗୁଠିରେ ପଶିଯିବ କାଚ ଟୁକୁରା : ଏହା ଅତ୍ୟନ୍ତ ସାଧାରଣ କଥା । ଅତି ସହଜରେ ସ୍କ୍ରିନଗାର୍ଡ଼ର ଭଙ୍ଗା ଟୁକୁରା ଆଙ୍ଗୁଠିରେ ପଶିଯାଇଥାଏ । ଏହି କ୍ଷତ ଅନେକ ଥର ଗୁରୁତର ହୋଇଯାଇଥାଏ । ଅଧିକାଂଶ ସମୟରେ ଆମେ ଜାଣି ପାରିନଥାଉ ଏବଂ ଏହି ଭଙ୍ଗା ଟୁକୁରା ଆମ ଆଙ୍ଗୁଠି ଭିତରେ ପଶି ଯାଇଥାଏ । ସେଥିପାଇଁ ଏପରି କିଛି ଘଟିବା ପୂର୍ବରୁ ଭଙ୍ଗା ସ୍କ୍ରିନଗାର୍ଡ଼ ବଦଳାଇ ଦିଅନ୍ତୁ ।
୩.ଦୃଷ୍ଟିଶକ୍ତି ଉପରେ ପଡ଼ିବ ପ୍ରଭାବ : ସ୍ମାର୍ଟଫୋନରେ ହାଇ-ଡିଫେକ୍ସନ ସ୍କ୍ରିନ ହୋଇଥାଏ । ଯଦି ଆପଣଙ୍କ ସ୍କ୍ରିନଗାର୍ଡ଼ ଅନେକ ସ୍ଥାନରେ ଭାଙ୍ଗିଯାଇଛି ତେବେ ଏହାର ପ୍ରଭାବ ଆଖି ଉପରେ ମଧ୍ୟ ପଡ଼ିପାରେ । ଆମେ ଦିନରେ ଅଧିକାଂଶ ସମୟ ସ୍ମାର୍ଟଫୋନ ସହ ବିତାଇଥାଉ । ଏପରି ଭଙ୍ଗା ସ୍କ୍ରିନକୁ ଦେଖିବା ଦ୍ୱାରା ମୁଣ୍ଡବ୍ୟଥାର ସମସ୍ୟା ମଧ୍ୟ ଭୋଗିବାକୁ ପଡ଼ିପାରେ ।
୪. ରାସ୍ତାରେ ଅସୁବିଧା : ଯଦି ଆପଣ ଗାଡ଼ି ଚଲାଉଛନ୍ତି ଏବଂ ସ୍ମାର୍ଟଫୋନ୍ ସହାୟତାରେ ରାସ୍ତା ଦେଖୁଛନ୍ତି ତେବେ ଭଙ୍ଗା ସ୍କ୍ରିନଗାର୍ଡ଼ ଏଥିରେ ବାଧା ସୃଷ୍ଟି କରିଥାଏ । ଏହା ଦ୍ୱାରା ରୋଡ ମ୍ୟାପ୍ ପରିଷ୍କାର ଦେଖାଯାଇନଥାଏ ଯାହା ଦ୍ୱାରା ଆପଣ ଭୁଲ ରାସ୍ତାରେ ଚାଲିଯିବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ