ଜାଣନ୍ତୁ ଘରର ଛାତରେ କ’ଣ ରଖିବେ ଓ କ’ଣ ରଖିବେ ନାହିଁ
ଘରର ଛାତ ଉପରେ ଅନେକ ବସ୍ତୁ ରଖିଲେ ବାସ୍ତୁ ସମସ୍ୟା ଦେଖାଯାଏ । ସେହିପରି ଛାତରେ କିଛି ଜିନିଷ ରଖିବା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ । ତେଣୁ ଘର ଛାତ ଉପରେ କେଉଁ ଜିନିଷ ରଖିଲେ ଭଲ ଓ କେଉଁ ଜିନିଷ ରଖିଲେ ଭଲ ନୁହେଁ ତାହା ଜାଣିବା ଜରୁରୀ । ତାହା ହେଲେ ଆସନ୍ତୁ ଜାଣିବା ପରେ ଛାତ ଉପରେ କେଉଁ ଜିନିଷ ରଖିବେ ଓ କେଉଁ ଜିନିଷ ରଖିବେ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କ ପାଖରେ ପୂଜା ହେଉଥିବା ଲାଲ ପତାକା ଘରର ଛାତ ଦକ୍ଷିଣ ଦିଗରେ ଲଗାଇବା ଦ୍ୱାରା ଶୁଭ । ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପଡେ ନାହିଁ । ଛାତ ଉପରେ ସାତଟି ରଙ୍ଗ ଥିବା ପତକା ଲଗାଇବା ଦ୍ୱାରା ଘରେ ସୁଖ ଓ ଶାନ୍ତି ବଜାୟ ରହେ । ଜଙ୍କ୍ ଲଗା ଲୁହା ଜିନିଷ ଓ ଜାଳେଣି ଭାବେ ବ୍ୟବହୃତ ହେଉଥିବା ଜିନିଷ ଘର ଛାତ ଉପରେ ରଖନ୍ତୁ ନାହିଁ । କାରଣ ଏହା ବାସ୍ତୁ ଦୋଷର ଅନ୍ୟତମ କାରଣ ହୋଇଥାଏ । ଗୃହପାଳିତ ପଶୁଙ୍କୁ ଘରର ଛାତ ଉପରେ ବାନ୍ଧି ରଖନ୍ତୁ ନାହିଁ । ଛାତରେ ମନ୍ଦିର ନିର୍ମାଣ କରନ୍ତୁ ନାହିଁ । ଏହା ଦ୍ୱାରା ଘର ଉପରେ ଖରାପ ପ୍ରଭାବ ପଡେ ।