କନ୍ଧମାଳ ଟିମ ହ୍ୟୁମାନିଟିର ସ୍ୱଗ ର୍ରଥ ହେଲା ଲୋକାର୍ପିତ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ନ୍ଧମାଳ ଜିଲ୍ଲରେ କାର୍ଯ୍ୟରତ ଥିବା ଯୁବ ଅନୁଷ୍ଠାନ ଟିମ ହ୍ୟୁମାନିଟି ଦ୍ୱାରା ଆରମ୍ଭ କରାଯାଇଛି ଆଉ ଏକ ଜନ ମଙ୍ଗଳକାରୀ ସେବା ବ୍ୟବସ୍ଥା ସ୍ୱର୍ଗ ରଥ ସେବା । ଆଜି ଫୁଲବାଣୀ ମା ନାରାୟଣୀ ମନ୍ଦିର ପ୍ରାଙ୍ଗଣାରେ ଆୟୋଜିତ ଏହି ସ୍ୱର୍ଗ ରଥ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ଯୋଗ ଦେଇ ଏହି ରଥର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଟିମ ହ୍ୟୁମାନିଟିର ଉପଦେଷ୍ଠା ଅଶୋକ କୁମାର ମହାନ୍ତି କରିଚାଳନା କରିଥିଲେ । ଟିମ ହ୍ୟୁମାନିଟିର ଆବାହକ ଭି.ଲୋକନାଥ ରାଜୁଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଦେଷ୍ଠା ପ୍ରଶାନ୍ତ କୁମାର ବେହେରା,ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ,ଶ୍ରୀକାନ୍ତ ଦାସ,ଫୁଲବାଣୀ ଅଗ୍ନିଶମ ବିଭାଗର ହାବବିଲଦାର ଚିତରଞ୍ଜନ ସାହୁଙ୍କ ସମେତ ଟିମର ଫୁଲବାଣୀ,ଟିକାବାଲି,ଫିରିଙ୍ଗିଆ ଓ ଘୁ.ଉଦୟଗିରିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଏଥିରେ କନ୍ଧମାଳ କିନ୍ନର ସଂଘର ସଦସ୍ୟ ମାନଙ୍କୁ ସେମାନଙ୍କର ଦ୍ୱାରା ଏହି ସ୍ୱର୍ଗ ରଥ ପ୍ରସ୍ତୁତିରେ ସହାୟତା ପାଇଁ, ଏଥିରେ ସହାୟତା କରିଥିବା ଫୁଲବାଣୀର କିଛି ବଦାନ୍ୟ ବ୍ୟକ୍ତିଙ୍କୁ ଏବଂ ଫୁଲବାଣୀର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସେମାନଙ୍କର ସହାୟତା ପାଇଁ ସେମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହିତ ସେଠାରେ ପ୍ରାରମ୍ଭରୁ ଟିମର ସମସ୍ତ ଲୋକ ମଙ୍ଗଳ କାର୍ଯ୍ୟରେ ସହେଯାଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ଭର୍ଦ୍ଧିତ କରାଯାଇଥିଲା । ଟିମ୍‌ର ଏହିଭଳି ଆଉ ଏକ ମହତ କାର୍ଯ୍ୟକ୍ରମକୁ ଏସଡିପିଓ ଶ୍ରୀ ମୁର୍ମୁ ପ୍ରସଂଶା କରିଥିଲେ । ତାଙ୍କର ବକ୍ତବ୍ୟରେ ଟିମ ହ୍ୟୁମାନିଟି ଦ୍ୱାରା କରାଯାଉଥିବା ସମାଜସେବା କାର୍ଯ୍ୟ ସମଗ୍ର ଜିଲ୍ଲା ସମେତ ରାଜ୍ୟରେ ମଧ୍ୟ ଉଚ୍ଚ ପ୍ରସଂଶା ମିଳୁଥିବା କହିଥିଲେ । ସେହିପରି ଟିମର ଉପଦେଷ୍ଠା ପ୍ରଶାନ୍ତ କୁମାର ବେହେରା ଟିମ ଫୁଲବାଣୀରେ ଲୋକଙ୍କ ପାଇଁ ତିଆରି କରିଥିବା ବସ୍ତ୍ର ଷ୍ଟଲ,ରକ୍ତଦାନ କାର୍ଯ୍ୟକ୍ରମ,ଦୁର୍ଘଟଣାର ପିଡୀତଙ୍କୁ ସେବା ପ୍ରଦାନ,ଲକଡାଉନବେଳେ ଗରିବ ଲୋକଙ୍କୁ ଖାଦ୍ୟ ବିତରଣ,ଲୋକଙ୍କ ଘରେ ପଶିଥିବା ସାପକୁ ଧରି ଜଙ୍ଗଲରେ ଛାଡିବା ଏବଂ ଅସହାୟ ପରିବାରକୁ ସହାୟତା କରିବା ଭଳି ସମସ୍ତ ପ୍ରକାରର ସେବାକୁ ଯେପରି ଜାରୀ ରଖିଛି ସେହିପରି ଏହି ସ୍ୱର୍ଗ ରଥ ସେବାକୁ ମଧ୍ୟ ଜାରୀ ରଖିବାକୁ ଯୋଜନା ପ୍ରସ୍ତୁତ ନେଇ ପ୍ରସ୍ତାବ ଦେଇଥିଲେ । ଶେଷରେ ଉପଦେଷ୍ଠା ଅଶୋକ କୁମାର ମହାନ୍ତି ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ