ତୈଳିକ ସମାଜ ର କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ
ଚିକିଟି,(କୁରେଶୁ ସାହୁ):ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଗ୍ରାମ୍ୟ ପରିଷଦ ଓ ଆଞ୍ଚଳିକ ପରିଷଦ କର୍ମକର୍ତ୍ତା ଚୟନ ପୂର୍ବରୁ ସରିଥିବା ବେଳେ ଗତ କାଲି ଗାନ୍ଧି ଜୟନ୍ତୀ ରେ କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ଚୟନ ଶେଷ ହୋଇଛି।୨୫ଗ୍ରାମ୍ୟ ପରିଷଦ ଓ୪ଆଞ୍ଚଳିକ ପରିଷଦ ର କର୍ମକର୍ତ୍ତା କୁ ନେଇ ଏହି କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି।କେନ୍ଦ୍ରୀୟ ପରିଷଦର ସମସ୍ତ ପୂର୍ବତନ କର୍ମକର୍ତ୍ତା ଯୋଗ ଦେଇ ପ୍ରଥମେ ପରିଷଦ କୁ ଭଙ୍ଗ କରିଥିଲେ।କୌଳିକ ନିର୍ବାଚନ ପଦ୍ଧତି ଅନୁଯାୟୀ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଦଣ୍ଡାସି ସାହୁ, ଉପଦେଷ୍ଟା ଭାବେ ଶ୍ରୀ ଯୋଗୀ ସାହୁ, ସଭାପତି ଭାବେ ଶରତ ସାହୁ, ଉପ ସଭାପତି ଭାବେ ଚିକିଟି ଓ ପାଣ୍ଡିରି ଆଞ୍ଚଳିକ ପାଇଁପ୍ରଶାନ୍ତ କୁମାର ସାହୁ,ସାନଖେମୁଣ୍ଡି ଓ ବଡ ଖେମୁଣ୍ଡି ଆଞ୍ଚଳିକ ପାଇଁ ସତ୍ୟ ସାହୁ, ସମ୍ପାଦକ ଲକ୍ଷ୍ଣଣ କୁମାର ସାହୁ ,ସଙ୍ଗଠନ ସମ୍ପାଦକ ତ୍ରିପତି ସାହୁ, ଅଫିସ ସମ୍ପାଦକ ନୀଳମଣି ସାହୁ, କସାଦକ୍ଷ ଜିତେନ୍ଦ୍ର ସାହୁ ବେହେରା ସାହୁ ମନୋନୀତ ହୋଇ ଶପଥ ପାଠ କରିଥିଲେ।ନୂତନ କର୍ମକର୍ତ୍ତା ମାନଙ୍କ ଦ୍ୱାରା ଏହି ଅଵସର ରେ ଏକ ବହି ଉନ୍ମୋଚନ କରାଯାଇଥିବା ବେଳେ ସମସ୍ତ ମିଳିତ ଉଦ୍ୟମରେ ସମାଜ କୁ ଅଧିକ ସୁଦୃଢଓ ବିକାଶ ନେଇ ଆଲୋଚନା ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ କୋଭିଡ଼ ନିୟମ ଅନୁଯାୟୀ ପାଳନ କରାଯାଇଥିଲା।


