ପ୍ରେମ ବ୍ୟାପାର ନେଇ ବେକରେ ଲାଗିଲା ଫାଶୀ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଯେଉଁ ଝିଅକୁ ଯୁବକ ଜଣକ ବିବାହ କରିବାକୁ ଚାହୁଁଥିଲେ, ସେହି ଝିଅର ଅନ୍ୟ ଜଣକ ସହ ନିର୍ବନ୍ଧ ହୋଇଯିବାରୁ ଯୁବକ ଜଣକ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଗୁଡ଼ା ଥାନା ଜେକ ଗ୍ରାମର ଯୁବକ ବଲରାମ ନାୟକ (୨୮) ସେହି ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଜିଦ୍ କରିଥିବା ବେଳେ ପରିବାର ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଯେଉଁ ଝିଅକୁ ବିବାହ କରିବେ ବୋଲି ଆଶା ବାନ୍ଧିଥିଲେ ସେହି ଝିଅର ନିର୍ବନ୍ଧ ଅନ୍ୟ ଜଣେ ପୁଅ ସହ ହୋଇଯିବା ଯୋଗୁଁ ଦିନସାରା ବଳରାମ ପାଗଳ ଭଳି ହୋଇଥିଲେ । ସେହି ରାତିରେ ଘରେ ସମସ୍ତେ ଶୋଇପଡ଼ିବା ପରେ ସେ ନିକଟସ୍ଥ ଏକ ଆମ୍ବ ଗଛ ଡାଳରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ବଳରାମ ଙ୍କ ବାପା ଜୟ ଏନେଇ ପୋଲିସରେ ଜଣାଇଥିଲେ। ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବ ଇନ୍ସପେକ୍ଟର କାର୍ତ୍ତିକ ନାୟକ ଘଟଣା ସ୍ଥଳରେ ପହଞ୍ଚି ବଳରାମ ଙ୍କ ମୃତ ଦେହ ଜବତ କରି ୩୩/୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘଟଣାର ଅନୁସନ୍ଧାନ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ