ବିଶ୍ୱ ପଶୁଦିବସ ପାଳନ କଲା ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ

ଭୁବନେଶ୍ୱର,(ୱାଇଏନ୍ଏସ୍): ପ୍ରତିବର୍ଷ ଅକ୍ଟୋବର ୪ ତାରିଖକୁ ବିଶ୍ୱ ପଶୁ ଦିବସ ରୂପେ ପାଳନ କରାଯାଏ । ସାମାଜିକ ଅନୁଷ୍ଠାନ ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ ତରଫରୁ ଏହି ଦିବସକୁ ଭୁବନେଶ୍ୱର ସ୍ଥିତ ନନ୍ଦିନୀପଲ୍ଲୀ ଅଫିସ୍ ପରିସରରେ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କ ମଧ୍ୟରେ ପାଳନ କରାଯାଇଛି । ସାରା ବିଶ୍ୱରେ ପଶୁମାନଙ୍କ ସୁରକ୍ଷା ଓ ବିକାଶ ଏହି ଦିବସର ମୂଲ୍ୟ ଲକ୍ଷ୍ୟ । ଜୀବ ଜଗତ ପାଇଁ ମନୁଷ୍ୟ ଓ ପଶୁ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନିହାତି ଦରକାର । ସଂଗଠନ ପକ୍ଷରୁ ” love for animals all day,everyday” ଥିମ୍ ନେଇ ପିଲାମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିଲା । ଏହା ସହ ପଶୁମାନଙ୍କ ପ୍ରତି ଅମାନବୀୟ ଅତ୍ୟାଚାର ବାରମ୍ବାର ଗଣମାଧ୍ୟମରେ ଦେଖିବାକୁ ମିଳେ, ତେଣୁ ପଶୁ ସୁରକ୍ଷା ଆଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ଅନୁଷ୍ଠାନର ସଦସ୍ୟମାନେ । ଏଥିସହିତ ଆବଶ୍ୟକ ଅନୁଯାୟୀ ପଶୁ ଡ଼ାକ୍ତରଖାନା ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ମନୁଷ୍ୟ, ପଶୁମାନଙ୍କ ପ୍ରତି ସହାନୁଭୂତି ଦେଖାଇବା ନିହାତି ଆବଶ୍ୟକ ବୋଲି ସଂଗଠନର ଅଧ୍ୟକ୍ଷ ମୀର୍ ଅହମ୍ମଦ ଅଲ୍ଲୀ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ନଳିନୀକାନ୍ତ ନାୟକ, ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କର ଭୁବନେଶ୍ୱର ସଂଯୋଜକ ଅଜିତ ବେହେରା ଓ ସମାଜସେବୀ ସତ୍ୟବ୍ରତ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ