ସରକାରଙ୍କ ୧୦୦ ଦିନର ରିପୋର୍ଟ ଉପସ୍ଥାପନ କଲେ ପ୍ରକାଶ ଜାଭଡେକର

ଦ୍ୱିତୀୟ କାର୍ଯ୍ୟକାଳରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ ନିଷ୍ପତି ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ‘ଜନ କନେକ୍ଟ’ ନାମକ ଏକ ପୁସ୍ତିକାକୁ ଉନ୍ମୋଚନ କରିବା ସହ ‘ବିକାଶ ପଥେ ଭାରତ-୧୦୦ ଦିନର ଦୃଢ଼ ପଦକ୍ଷେପ ଓ ନିର୍ଣ୍ଣାୟକ ନିଷ୍ପତି’ ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିଥିଲେ । ଜାମ୍ମୁ କାଶ୍ମୀର ଓ ଲଦାଖ-ଭାରତରମୁକୁଟ, ୫ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା ହାସଲ କରିବା ପାଇଁବ୍ୟାପକ ଅର୍ଥନୈତିକ ସଂସ୍କାର, ବ୍ୟବସାୟିକ ସୁଗମତା, ସମାଜର ସବୁ ବର୍ଗଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା, ସମସ୍ତଙ୍କର ସଶକ୍ତିକରଣ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା, ଜଳ ସୁରକ୍ଷା କ୍ଷେତ୍ରରେ ନେତୃତ୍ୱ, ଉତମ ପ୍ରଶାସନ, ଭାରତକୁ ସୁରକ୍ଷା ପ୍ରଦାନ କରୁଥିବା ଲୋକଙ୍କ ପ୍ରତି ଉତ୍ସର୍ଗ ସରକାରଙ୍କ ପ୍ରଥମ ନିଷ୍ପତି, ଉଚ୍ଚଶିକ୍ଷା ଭିତିଭୂମି ଉପରେଗୁରୁତ୍ୱ, ଆବିଷ୍କାର ସୋପାନରେ, ସୁରକ୍ଷା ଓ ପ୍ରତିରକ୍ଷାକ୍ଷେତ୍ର, ମୋଦୀ ସରକାରଙ୍କ କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଶଂସା, ବିଶ୍ୱସ୍ତରରେ ଭାରତର ସମ୍ମାନରେ ବୃଦ୍ଧି, ବୈଶ୍ୱିକ କାର୍ଯ୍ୟକ୍ରମରେ ଭାରତର ଉନ୍ନତି, ଜି-୨୦ରେ ପ୍ରଧାନମନ୍ତ୍ରୀ ମୋଦୀ, ପଡୋଶୀ ପ୍ରଥମେ ନୀତି, ବୃଦ୍ଧି ପାଇଥିବା ପଡୋଶୀଙ୍କ ସହିତ ଆମସମ୍ପର୍କରେ ବୃଦ୍ଧି, ବିଶ୍ୱସ୍ତରରେ ଭାରତର ପ୍ରଭାବବୃଦ୍ଧି, ଜି-୭ ସମ୍ମିଳନୀ, ରୁଷ ସହ ସମ୍ପର୍କ ଦୃଢ଼ୀକରଣ, ଉତର-ପୂର୍ବାଂଚଳର ବିକାଶ, ଗଣମାଧ୍ୟମ କଭରେଜ, ନାଗରିକଙ୍କ ସ୍ୱର ଆଦି ବିଷୟ ଏହି ପୁସ୍ତିକାରେ ରହିଛି ।
ଏହି ଅବସରରେ ନିଜର ବକ୍ତବ୍ୟରଖି ଜାଭଡେକର କହିଲେ ଯେ ସରକାର ଅଭୂତ ପୂର୍ବଗତିରେ ଅନେକ ଐତିହାସିକ ଏବଂ ଯୁଗାନ୍ତକାରୀ ନିଷ୍ପତି ଗ୍ରହଣ କରିଛନ୍ତି ।ଇସ୍ରୋର ଉତ୍ସର୍ଗୀକୃତ ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହିତ କରିଥିବାରୁ ତଥା ବୈଜ୍ଞାନିକ ସମ୍ପ୍ରଦାୟକୁ ସମର୍ଥନ ଯୋଗାଇ ଦେଇଥିବାରୁସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ । ଜାମ୍ମୁ, କାଶ୍ମୀର ଓ ଲଦାଖରେ ଜନସାଧାରଣଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବା ପାଇଁ ଧାରା ୩୭୦ ଓ ୩୫-ଏର ଉଚ୍ଛେଦ, ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବା, ଭିତିଭୂମି ଓ ସାମାଜିକ କ୍ଷେତ୍ରରେ ବଡ ଧରଣର ନିବେଶ, ବ୍ୟବସାୟିକ ସୁଗମତା, ତିନି ତଲାକ ବିରୋଧରେ ଆଇନଗତ ପଦକ୍ଷେପ, ଜିଏସଟି ଓ ଆଇଟିରିଟର୍ଣ୍ଣ ଫାଇଲ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ବାହ୍ୟ ବାଧା ଦୂର, ଜଳଶକ୍ତି ଅଭିଯାନ, ହର ଘର ବିଜଲି ଯୋଜନା, ଗ୍ୟାସ ସଂଯୋଗ ପାଇଁ ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ ଓ କ୍ଷୁଦ୍ର ବିକ୍ରେତାଙ୍କ ପାଇଁ ସାମାଜିକ କ୍ଷେତ୍ରରେ ସୁରକ୍ଷା, କୃଷକମାନଙ୍କ ପାଇଁ ବିଶ୍ୱରେ ସର୍ବାଧିକ ଆର୍ଥିକ ସହାୟତା, ଫିଟ ଇଣ୍ଡିଆ ପାଇଁ ଓ ଥରକେ ବ୍ୟବହୃତହେଉଥିବା ପ୍ଲାଷ୍ଟିକର ଉପଯୋଗ ନିଷିଦ୍ଧ କରିବା ବିରୋଧରେ ଜନଆନ୍ଦୋଳନ, ଉତମପ୍ରଶାସନ ପାଇଁ ପଦକ୍ଷେପ, ଫଳପ୍ରଦ ସଂସଦୀୟ ଅଧିବେଶନ ଓ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟଧାରା ଆଦି ପ୍ରମୁଖ କାର୍ଯ୍ୟକ୍ରମ ସମ୍ବନ୍ଧରେ ସେ ଗୁରୁତ୍ୱାରୋପ କରିଥିଲେ । ଜିଡିପି ଅଭିବୃଦ୍ଧିହାର ସମ୍ବନ୍ଧରେ ଦେଖାଦେଇଥିବା ଆଶଙ୍କା ସମ୍ପର୍କରେ କରି ଜାଭଡେକର କହିଥିଲେ ଯେ ଅର୍ଥ ବ୍ୟବସ୍ଥାର ମନ୍ଥର ଗତି ହେଉଛି ଚକ୍ରାକାର, ଭାରତୀୟ ଅର୍ଥନୀତିର ମୂଳଭିତି ସୁଦୃଢ଼ ରହିଛି । ବୈଦେଶିକ ନିବେଶ ଓ ଘରୋଇ ଚାହିଦା ବୃଦ୍ଧି ଫଳରେ ଖୁବ ଶୀଘ୍ର ଜିଡିପି ହାରରେ ବୃଦ୍ଧି ଘଟିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ