କ୍ଲଷ୍ଟରସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

 ହାଟଡିହି (ଓ୍ବାଇଏନଏସ): ଆସ୍ପାୟାର ତରଫରୁ ଗ୍ରୀଷ୍ମକାଳୀନ ଶିବିର ମାଧ୍ୟମରେ କଳିଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ରଘୁନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶାଳକଣିଆ ଠାରେ ଏକ ବୃହତ୍ କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ହାଟଡିହି ବ୍ଲକ ଅଧୀନ ଓରାଳି, ଅଁରା, କଳିଙ୍ଗା, ଡଅଁର ଏବଂ ଶାଳଣିଆ ଆଦି ୫ଟି ପଞ୍ଚାୟତର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜିବ ଦଳେଇ,   ସମ୍ମାନିତ ଅତିଥି ଭାବେ ଡଅଁର ସିଆରସିସି ଶ୍ରୀକାନ୍ତ ମିଶ୍ର, ଶାଳଣିଆ ସିଆରସିସି ଜତିବ୍ରତ ସ୍ୱାଇଁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଙ୍କା ସାହୁ, ସହଯୋଗୀ ଶିକ୍ଷକ ସନ୍ଦୀପ ପଣ୍ଡା, ଏସଏମସି ସଦସ୍ୟ ପ୍ରଶାନ୍ତ ମଲ୍ଲିକ, ୱାର୍ଡ ସଭ୍ୟ କୃପାସିନ୍ଧୁ ସାମଲ ଓ ପ୍ରମୋଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ କୋମଳମତି ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉପରେ ଗୁରୁତ୍ଵ ଦେଇଥିଲେ।  ମେଳା ପିଲାମାନଙ୍କ ଭାବନାକୁ ଉଦ୍ଭାବନା ଶକ୍ତିରେ ପରିଣତ କରିବା ପାଇଁ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ପ୍ରାକୃତିକ ରେଫ୍ରିଜରେଟର, ତାପ ସ୍ଥାନାନ୍ତର, ଜଳଚକ୍ର, ଏସିଡ୍ ଏବଂ ଆଧାର, ସୌର ଜଳସେଚନ ବ୍ୟବସ୍ଥା, ‘ଅମ୍ଳଜାନ ଜଳିବାରେ ସାହାଯ୍ୟ କରେ’ ର ପରୀକ୍ଷଣ, ଜଳ ପରିଷ୍କାର ପ୍ରଣାଳୀ ଏବଂ ପୃଥକୀକରଣ (ସୋରିଷ, ଅଟା, ମଟର) ଭଳି ଅନେକ ଜନହିତକର ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଅନେକ ଅଭିଭାବକ ଓ ଯୁବକଯୁବତୀ ଏକତ୍ରିତ ହୋଇଥିଲେ ଏବଂ ଏହା ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଏକ ଅତି ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ।। ଏହି  କାର୍ଯ୍ୟକ୍ରମକୁ ଶାଳଣିଆ କ୍ଲଷ୍ଟର ଗୋଷ୍ଠୀ ସଂଯୋଜକ  କ୍ଷୀରୋଦ କୁମାର ଜେନା ଏବଂ ଶିକ୍ଷା ସଂଯୋଜିକା  ମଧୁସ୍ମିତା ବାରିକ ସୁଚାରୁରୂପେ ସଂଯୋଜନା କରିଥିଲେ। ଏଥିସହିତ ଓରାଳି ଜିପିସିଏମ୍ ଦେବପ୍ରକାଶ ରାଉତ, ଅଁରା ଜିପିସିଏମ୍ ସ୍ନିଗ୍ଧା ମହାନ୍ତି, ଡଅଁର ଜିପିସିଏମ୍ ଲିପିନ୍ ରାଉତ ଓ କଳିଗାଁ ଜିପିସିଏମ୍ ମାମିନା ସାହୁ ଙ୍କ ସମେତ ଆସ୍ପାୟାର ଶାଳଣିଆ କ୍ଲଷ୍ଟରର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ନିରାକାର ସାମଲ, ତାପସ କୁମାର ପରିଡ଼ା, ଦିପ୍ତିମୟୀ ମଲ୍ଲିକ, ଭାଗିରଥି ନାୟକ, ଶେଷଦେବ ବାରିକ ଓ ତପସ୍ଵିନୀ ମାଝୀ ପ୍ରମୁଖ ଏଲ୍‌ଇପି ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ