ଶିବାନନ୍ଦ ଆଶ୍ରମ ପକ୍ଷରୁ ବୃକ୍ଷରୋପଣ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ନିଆଳି ମେରିବଟ ଶିବାନନ୍ଦ ଆଶ୍ରମ ସନ୍ନିକଟ ହନୁମାନ ଛକ ଠାରୁ କଖଗଡି ପୋଲ ପର୍ଯ୍ୟନ୍ତ ଦୁଇ ପାଶ୍ୱର୍ରେ ବିଭିନ୍ନ ବୃକ୍ଷର ପ୍ରାୟ ୩ଶହ ଚାରା ରୋପଣ କରିଛନ୍ତି। ଏହି ଅବସରରେ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଚାରା ରୋପଣ କରାଯାଇପାରିବ ସେ ସମ୍ପର୍କରେ ଶ୍ରୀମା ଆଶ୍ରମର କର୍ମକର୍ତ୍ତା ଏବଂ ଶିବାନନ୍ଦ ପାଠଚକ୍ରର ସମସ୍ତ ଭକ୍ତ ଓ ଗୁରୁଭାଇମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଶ୍ରୀମା ବାର୍ତ୍ତା ଦେଇ କହିଛନ୍ତି ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ। ଶ୍ରୀମା ଜନ୍ମଦିନ, ଶ୍ରାଦ୍ଧ, ବ୍ରତୋପନୟନ ଏବଂ ବିଶେଷ ଦିନ ଗୁଡିକରେ ଗଛଟିଏ ଲଗାଇବାକୁ ଓ ଏଦିଗରେ ଅନ୍ୟମାନଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ। ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ସ୍କୁଲ,କଲେଜ, ଧର୍ମାନୁଷ୍ଠାନ, କ୍ଲବଘର, ସ୍ୱେଛାସେବୀ ଅନୁଷ୍ଠାନ ଓ ନିଜ ବାଡିବଗିଚାରେ ଗଛ ଲଗାଇବାକୁ ଶ୍ରୀମା ପରାମର୍ଶ ଦେଇଛନ୍ତି। ବିଶେଷତଃ ବିଭିନ୍ନ ରାସ୍ତା କଡରେ ଓ ପଡିଆ ଜମିରେ ତାଳଗଛ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭୋବନି ଦାସ, ଡ. ଭାଗ୍ୟଧର ସାହୁ, ରାମଚନ୍ଦ୍ର ସାମଲ, ସଚ୍ଚିନ୍ଦ୍ର ନାଥ ଜେନା, ନିରଞ୍ଜନ ପାତ୍ର, ଭାଗବତ ସାମଲ, ବିପିନ ଜେନା, ହେଲେନ ଜେନା, ପୁନମ ନାୟକ, ମଦନମୋହନ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ