କେନ୍ଦ୍ରମନ୍ତ୍ରୀଙ୍କ ସହ ଗଞ୍ଜାମ ଜିଲ୍ଲା ବିଜେପି ଟିମ୍ ର ସାକ୍ଷାତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଗତ କାଲି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସି ପାତ୍ରଙ୍କ ସଦସ୍ୟ ନେତୃତ୍ଵରେ ଘୂମୂସର ବିଜେପି ଉପସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଏବଂ ରଞ୍ଜନ ପୋଲାଇ ଗଞ୍ଜାମର ଭୁବନେଶ୍ଵର ସ୍ଥିତ ହୋଟଲ୍ ପର୍ଲ ହାଇଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ପ୍ଲାଜମା ଦାନ ପାଇଁ ଅଭିନନ୍ଦନ ଜଣାଇବା ସହ ‘ମିଶନ୍ ସୋରଡା’ ଉପରେ ଆଲୋଚନା କରିଥିଲେ | ବେଲଗୁଣ୍ଠା ଏବଂ ସୋରଡା ବ୍ଲକ୍ କୁ ନେଇ ଗଠିତ ସୋରଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଗଞ୍ଜାମ ରାଜନୀତିରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ସୋରଡା ବ୍ଲକ୍ ର ଅଧିକାଂଶ ପଞ୍ଚାୟତ ଆଦିବାସୀ ଏବଂ ହରିଜନ ଅଧ୍ୟୁଷିତ ଅଞ୍ଚଳ ତେଣୁ ଏହି ବ୍ଲକ୍ ର ଆଦିବାସୀ, ହରିଜନ ଏବଂ ଗରିବ ଲୋଜଙ୍କ ସୁବିଧା ପାଇଁ ଗୌଡଗୋଠ ଏବଂ ଗାଜଲବାଡି ଠାରେ ଫାଣ୍ଡି ପ୍ରତିଷ୍ଠା, ଅଞ୍ଚଳର ବିଭିନ୍ନ କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟରେ ବଜାରୀକରଣ , କୃଷିଜାତ ଦ୍ରବ୍ୟର ସରଂକ୍ଷଣ ପାଇଁ ବଡଗଡଠାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଏବଂ ମୋବାଇଲ୍ ନେଟ୍‌ୱାର୍କ୍ ରହୁନଥିବା ଆଠଟି ପଞ୍ଚାୟତରେ ମୋବାଇଲ୍ ଟାୱାର ସ୍ଥାପନ ଉପରେ ବିଜେପି ଟିମ୍ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ | କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଅତି ଶୀଘ୍ର ମୋବାଇଲ୍ ଟାୱାର ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଲିଖିତ ଦାବି ପତ୍ର ଜରିଆରେ ଫାଣ୍ଡି ଏବଂ ଶୀତଳ ଭଣ୍ଡାର ପ୍ରତିଷ୍ଠା ବିଷୟରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏ ଦିଗରେ ଜନ ସାଧାରଣଙ୍କ ସ୍ଵାର୍ଥ ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ