ଲେଖକ ପରମାନନ୍ଦ ମିଶ୍ର ଅନ୍ତର୍ଜାତୀୟ ସଂମ୍ମାନରେ ସଂମ୍ମାନିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତୋଲ ମାଟିର ସୁଯୋଗ୍ୟ ତଥା ଆଦିକବି ସାରଳା ଦାସ ମହାବିଦ୍ୟାଳୟର ଅବସରପ୍ରାପ୍ତ ଗ୍ରନ୍ଥାଗରିକ କବି ପରମାନନ୍ଦ ମିଶ୍ର ସମ୍ପ୍ରତି ଅନ୍ତର୍ଜାତୀୟ କବି ଓ ଲେଖକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି, କବି ଓ ଲେଖକ ସମ୍ମାନରେ ସଂମ୍ମାନିତ ହୋଇଛନ୍ତି l ଏହି ପ୍ରତିଯୋଗିତାରେ ମେକ୍ସିକୋ , ସ୍ବେଡେନ ,ବ୍ରାଜିଲ ସମେତ ଅନେକ ଦେଶର କବି ଓ ଲେଖକ ଯୋଗ ଦେଇଥିଲେ l “ଦି ୱାର୍ଲଡ ଡାଇରେକ୍ଟୋରି ଅଫ ଲିଟେରେଚର ହିଷ୍ଟ୍ରି ଆର୍ଟ ଆଣ୍ଡ କଲଚର “ରେ ନିଜ ନାମ ପଞ୍ଜିକରଣ କରି ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରିଛନ୍ତି l କବି ଶ୍ରୀ ମିଶ୍ର ତିର୍ତ୍ତୋଲ ମାଟିର ଋତୁପର୍ଣ୍ଣା କଳା ସାହିତ୍ୟ ସାଂସଦ , ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସାଂସଦ,ଲୋକନାଥ ସ୍ମୃତି ସାହିତ୍ୟ ସାଂସଦ , ସାଉଁଟା ଫୁଲ ସାଉଁଟା କାଢି, ସୂର୍ଯ୍ୟଦୟ , ଉଷା , ଝଙ୍କଡ଼ ସାହିତ୍ୟ ସଂସଦ ସହ ସକ୍ରିୟଭାବରେ ସାମିଲ ହୋଇ ସାହିତ୍ୟ ସାଧନା କରିଆସୁଛନ୍ତି। ତାଙ୍କ ଦ୍ୱାରା ରଚିତ ଅନେକ କବିତା , ଗଳ୍ପ ଓ ପ୍ରବନ୍ଧ ‘ଦ୍ୱl ସମ୍ପର୍ଣ୍ଣl ‘ ଚେଳିତୋଳ କଥା, ଆଷାଢ଼, ଶାଶ୍ୱତ ସେତୁ, ସାଉଁଟା ଫୁଲ ସାଉଁଟା କଢି ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି l ଏହି ସଫଳତା ପାଇଁ ସୂର୍ଯ୍ୟଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ମନୋଜ କୁମାର ପଣ୍ଡା , ଉପଦେଷ୍ଟା ରୋହିଣୀ କୁମାର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ସଫଳତା ପାଇଁ ତାଙ୍କୁ ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରସଂଶା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ