ହୋମ ଆଇସୋଲେସନ ରେ ଥିବା ଲୋକଙ୍କ ପାଇଁ ଫାଭିପିରାଭିର ଚିକିତ୍ସା ଆରମ୍ଭ
ଭୁବନେଶ୍ୱର,(ୱାଇଏନ୍ଏସ୍): କୋଭିଡ ସଂକ୍ରମିତ ଲକ୍ଷଣ ବିହୀନ ବା ସ୍ୱଳ୍ପ ଲକ୍ଷଣ ଯୁକ୍ତ ବେଶୀ ସଂଖ୍ୟକ ବ୍ୟକ୍ତି ମାନେ ହୋମଆଇସୋଲେସନ ଚିକିତ୍ସା ପଦ୍ଧତି ଗ୍ରହଣ କରୁଥିବାରୁ ଏହାକୁ ଅଧିକ ଫଳପ୍ରଦ କରିବା ନିମନ୍ତେ ଫାଭିପିରାଭିର ଚିକିତ୍ସା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି | ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚସ୍ତରିୟ ବୈଠକରେ ଏହି ନିଷ୍ପତି ହୋଇଛି | ରାଜ୍ୟ ଲୋକସେବା ଭବନଠାରୁ ଡିଜିଟାଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଫାଭିପିରାଭିର ଚିକିତ୍ସା ପ୍ରୟୋଗ ସମ୍ଭଦିତ ପ୍ରଶାସନିକ ଓ ବୈଷୟିକ ବିଷୟରେ ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ | ଏହି ରୋଗ ବିଷୟରେ ଉପଲବ୍ଧ ନୂତନ ଜ୍ଞାନ ଅନୁସାରେ ଫାଭିପିରାଭିର ଏକ ଭୁତାଣୁ ନାଶକ ଚିକିତ୍ସା ପଦ୍ଧତି ଭାବେ ପ୍ରମାଣିତ ହୋଇଛି | ହୋମଆଇସୋଲେସନ ରେ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଲେ ଲୋକଙ୍କୁ ରକ୍ଷା କରିବାରେ ଏହି ଯନ୍ତ୍ର ସହାୟକ ହେବ ବୋଲି ଉପଲବ୍ଧ ତଥ୍ୟ ଓ ଚିକିତ୍ସାସୂଚନାରୁ ଜଣପଡିଛି |