କରିତକର୍ମା କିରାଣୀଙ୍କ କବଜାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ: ବଦଳି କେବଳ ପ୍ରହସନ ପାଲଟିଛି!

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ପୂର୍ବତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବଦଳି କରିଥିବା ବରିଷ୍ଠ କିରାଣି ସୁକାନ୍ତ କୁମାର ଜେନାଙ୍କୁ ବଦଳିର ଛଅମାସ ନପୁରୁଣୁ ପୁର୍ନବାର କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟାଳୟକୁ ଫେରାଇ ଆଣିବା ଘଟଣା ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟି ବରିଷ୍ଠ କିରାଣି ସୁକାନ୍ତ କୁମାର ଜେନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ଉପବିଭାଗରେ ୨୦୧୧ ଜୁଲାଇ ୧ତାରିଖରେ କନିଷ୍ଠ ରାଜସ୍ୱ ସହାୟକ ଭବେ ଚାକିରୀରେ ଯୋଗଦେଇଥିଲେ। ସେହି ସମାନ ସ୍ଥାନରେ ୨୦୨୧ ଜୁନ୍ ୧୭ରେ ଶ୍ରୀ ଜେନାଙ୍କୁ ବରିଷ୍ଠ ରାଜସ୍ୱ ସହାୟକ ଭାବେ ପଦୋନ୍ନତି ମିଳିଲା। କିନ୍ତୁ ଦୀର୍ଘ ବର୍ଷ ଧରି ଗୋଟିଏ ଯାଗାରେ ରହିଥିବା ବେଳେ ତାଙ୍କୁ ପଦୋନ୍ନତି ଦିଆଗଲା ମାତ୍ର ବଦଳି ତ ଦୂରର କଥା ସେକ୍ସନ ବି ବଦଳିଲା ନାହିଁ।ସେହି ସମାନ ଯାଗାରେ ଦୀର୍ଘ ୧୫ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ବରିଷ୍ଠ କିରାଣି ସୁକାନ୍ତ ଜେନା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବଦଳି ନାଁରେ ଚାଲିଥିବା ଏଭଳି ପ୍ରହସନକୁ ପଦାରେ ପକାଇଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥାର ସୁପରିଚାଳନା ତଥା ୩ବର୍ଷରୁ ଉର୍ଦ୍ଧ୍ୱ ଗୋଟିଏ ସ୍ଥାନରେ ରହିଥିବା କର୍ମଚାରୀଙ୍କୁ ବଦଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିର୍ଦ୍ଦେଶ ରହିଥିବା ସତ୍ୱେ ସମ୍ପୃକ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଏହି ବଦଳି ନିୟମକୁ ଫୁ କରିଦିଆଯାଇଛି। ତତ୍‌କାଳୀନ ଜିଲ୍ଲାପାଳଙ୍କ ଚିଠି ନଂ ୧୨୯୧, ତା ୧୬ .୧୧. ୨୦୨୪ ରିଖରେ ବରିଷ୍ଠ କିରାଣି ସୁକାନ୍ତ ଜେନାଙ୍କୁ ଡେରାବିଶ ବ୍ଲକ୍‌ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ଓ ଲ୍ୟାଣ୍ଡ ଆକୁଜିସନ ବିଭାଗକୁ ବଦଳି କରାଯାଇଥିଲା। ସୂଚନାଯୋଗ୍ୟ ଯେ ପୁରାତନ ଜିଲ୍ଲାପାଳ କରିଥିବା ବଦଳି ଆଦେଶର ମାତ୍ର ଛଅ ମାସ ନପୂରୁଣୁ ଜିଲ୍ଲାପାଳଙ୍କ ବଦଳି ହୋଇଯିବାପରେ ପୁଣିଥରେ ଆଦେଶ ପରିବର୍ତ୍ତନ କରାଯାଇ ପୁନର୍ବାର ପୂର୍ବ ଯାଗାକୁ ଫେରିଆସିଲେ ସୁକାନ୍ତ ଜେନା। ଖାଲି ସେତିକି ନୁହେଁ, ସମ୍ପୃକ୍ତ କର୍ମଚାରୀଙ୍କୁ ତାଙ୍କ ଲବି ମୁତାବକ ନିଜ ମନ ପସନ୍ଦର ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ମଧ୍ୟ ଅଭିଯୋଗ ହେଉଛି। ଏ ପ୍ରକାର ପରିସ୍ଥିତିରେ ଯେଉଁ ମୌଳିକ ପ୍ରଶ୍ନଟି ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରୁଛି ତାହା ହେଉଛି ଦୀର୍ଘ ବର୍ଷ ଧରି ଗୋଟିଏ କାର୍ଯ୍ୟାଳୟରେ ରହିଥିବା ବରିଷ୍ଠ କିରାଣି ସୁକାନ୍ତ ଜେନାଙ୍କ ନାଁ ରେ ବହୁ ଅଭିଯୋଗ ଆସିବା ପରେ ଡେରାବିଶ ବ୍ଲକକୁ ୨୦୨୪ ମସିହାରେ ବଦଳି କରିଥିଲେ ତତ୍କାଳୀନ ଜିଲ୍ଲାପାଳ। ଖାଲି ଏତିକି ନୁହେଁ ଶ୍ରୀ ଜେନା ଡେରାବିଶ ବ୍ଲକକୁ ବଦଳି ହେଲେ କିନ୍ତୁ ସରକାରୀ କ୍ୱାର୍ଟର ଛାଡିଲେ ନାହିଁ। ବଦଳି ପରେ ବି ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୭ଜଣ କର୍ମଚାରୀଙ୍କୁ ଜିଲ୍ଲାପାଳ ଜୋରିମାନା ନୋଟିସ କରିଥିବା ବେଳେ ସୁକାନ୍ତ ଜେନାଙ୍କୁ କିଭଳି ସେହି ଜୋରିମାନାରୁ ବାଦ ଦିଆଗଲା ତାହା ମଧ୍ୟ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି। ଏଠି ପ୍ରଶ୍ନ ଉଠୁଛି ଜିଲ୍ଲାପାଳଙ୍କ ବଦଳି ହୋଇଯିବା ପରେ ୬ ମାସ ଭିତରେ ଏମିତି କ’ଣ ହେଲା ଯେ କର୍ତ୍ତୃପକ୍ଷ ତାଙ୍କୁ ପୁଣିଥରେ ଜିଲ୍ଲା ମୁଖ୍ୟାଳୟ ସହ ତାଙ୍କ ପୂର୍ବ ଯାଗାକୁ ଆଣିବା ପାଇଁ ପୁର୍ନବାର ବଦଳି କରିବାକୁ ପଡ଼ିଲା। ସମ୍ପୃକ୍ତ କର୍ମଚାରୀଙ୍କ ଲବି କାମ କଲା କି ? ନା ଏହା ପଛରେ ଅନ୍ୟ କିଛି ଭିତିରି କାରଣ ରହିଛି? ଏହା ପ୍ରତ୍ୟକ୍ଷ ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ବଦଳି ବ୍ୟବସ୍ଥାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ