ଗଜପତିରେ କରୋନା ସଂକ୍ରମଣ ୧୧ଜଣ ପଜିଟିଭ୍ ଚିହ୍ନଟ,ମୋଟ ସଂଖ୍ୟା ୩୬୫୮

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୧ଜଣକୁ ମିଶାଇ ସଂଖ୍ୟା ୩୬୫୮ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୧୧ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୪ଜଣ,କାଶୀନଗର ବ୍ଲକରୁ ୨ଜଣ,ନୁଆଗଡ ବ୍ଲକରୁ ଜଣେ,ଗୁମ୍ମା ବ୍ଲକରୁ ଜଣେ,ଆର.ଉଦୟଗିରି ବ୍ଲକରୁ ଜଣେ,ମୋହନା ବ୍ଲକରୁ ଜଣେ,ରାୟଗଡା ବ୍ଲକରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଏ ସମସ୍ତ ୧୧ଜଣଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୧୦ଜଣ,ଜିଲ୍ଲା ବାହାରୁ ଜଣେ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ