ପାଇଖାନା ନିର୍ମାଣ ସାରି ପ୍ରାପ୍ୟ ପାଉନାହାନ୍ତି ହିତାଧିକାରୀ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ପାଇଖାନା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ବେସ୍ ଲାଇନ ସର୍ଭେ ଅନୁଯାୟୀ ହିତାଧିକାରୀ ମାନଙ୍କୁ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ମାତ୍ର କାର୍ଯ୍ୟାଦେଶ ପାଇ ପାଇଖାନା ନିର୍ମାଣ କରିଥିବା ହିତାଧିକାରୀ ମାନଙ୍କୁ ଅର୍ଥ ପ୍ରଦାନ କରାଯାଉନଥିବା ବେଳେ ସେମାନଙ୍କ ନାମ ଅନଲାଇନ୍ରେ କଟି ଯାଇଥିବା କୁହାଯାଉଛି । ଫଳରେ ଜଣେ ସାଧାରଣ ଗରିବ ଲୋକ ଧାରକରଜ କରି ପାଇଖାନା ତିଆରି କରିବା ପରେ ପ୍ରାପ୍ୟ ଅର୍ଥ ନପାଇ ହନ୍ତସନ୍ତ ହେଉଥିବାର ଦେଖାଯାଉଛି । ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଠାରୁ । ଗତ କିଛି ମାସ ତଳେ ଜିଲା ଜଳ ଓ ପରିମଳ ବିଭାଗ ଅଧିନ ବନ୍ତ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ନଂ.୧୬୮ ମୂଳେ ସେ ପାଇଖାନା ତିଆରି କରିବା ନେଇ କାର୍ଯ୍ୟାଦେଶ ପାଇଥିଲେ । ପାଇଖାନା ନିର୍ମାଣ ସାରି ପ୍ରାପ୍ୟ ଅର୍ଥ ପାଇଁ ଯୋଗାଯୋଗ କରିବା ପରେ ତାଙ୍କର ନାମ ଅନଲାଇନ୍ରେ ନଥିବା ବିଭାଗୀୟ କର୍ମଚାରୀ ମାନେ କହିଛନ୍ତି । ଏସଂପର୍କରେ ସେ ସରପଞ୍ଚ, ବିଡିଓଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଉନାହାନ୍ତି । ପରର ମୂଲ ଲାଗି ପରିବାର ଚଳାଉଥିବା କୃଷ୍ଣ ଚନ୍ଦ୍ର ଏବେ ଚିନ୍ତାରେ ପଡିଛନ୍ତି । ଯଦି ପ୍ରଶାସନ ତୁରନ୍ତ ତାଙ୍କୁ ପ୍ରାପ୍ୟ ଅର୍ଥ ପ୍ରଦାନ ନକରେ ସେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ