ବିକାଶର ଧାରା ଓଡ଼ିଶା ସାରା କୃଷି ସଚେତନତା କର୍ମଶାଳା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି କୃଷି ବିଭାଗ ପକ୍ଷରୁ ଶନିବାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ  ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଆନୁକୁଲ୍ୟରେ  ବ୍ଲକ ସ୍ତରୀୟ କୃଷକ ସମ୍ବାଦର କ୍ଷେତ ବଚାଓ ଅଭିଯାନ ସମ୍ପର୍କିତ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ସଚେତନତା କର୍ମଶାଳା ହୋଇଯାଇଛି। ବ୍ଲକ କୃଷି ଅଧିକାରୀ କଲ୍ୟାଣୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳା ରେ  ଦିଗପହଣ୍ଡି ବ୍ଲକ ଭାଜପା କୃଷକ ମୋର୍ଚ୍ଚାର ସଂଯୋଜକ ରଘୁନାଥ ସାମନ୍ତରା‌ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେହି ସବୁ ଯୋଜନାରୁ ଚାଷୀ ବୃନ୍ଦ ସୁବିଧା ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ।  ବ୍ଲକ ସହକାରୀ କୃଷି ଅଧିକାରୀ ଶିବାନୀ ପାଢ଼ୀ, ସହକାରୀ ମତ୍ସ୍ୟ ଅଧିକାରୀ ଜୟଦେବ ମହାରଣା, ବ୍ଲକ ପ୍ରକଳ୍ପ ଅଧିକାରୀ ସଂଗୀତା ପଣ୍ଡା, ସହକାରୀ ଉଦ୍ୟାନ ଅଧିକାରୀ ପ୍ରଭାତ ପାତ୍ର, ବିପିସି ଦୁର୍ଯ୍ୟୋଧନ ମଲ୍ଲିକ ପ୍ରମୁଖ  ଉପସ୍ଥିତ  ଚାଷୀ ମାନଙ୍କୁ ସରକାରଙ୍କ ବିବିଧ କୃଷି ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ଦିଗପହଣ୍ଡି କୃଷି କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ  କରିଥିବା ବେଳେ ବିଭିନ୍ନ ପଞ୍ଚାୟତ ଅଧିନ ଗ୍ରାମର ବହୁ ସଂଖ୍ୟକ ଚାଷୀ ସଭାରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ