କାଶୀନଗରରେ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକରେ କାର୍ଯ୍ୟରତ ୧୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ପଦୋନ୍ନତି ପାଇଥିବା ଜଣାଯାଇଛି । ଏହି ବ୍ଲକରେ ଦୀର୍ଘ ଦିନ କାର୍ଯ୍ୟକରି ଲେବୁଲ -୪ରେ ବିଭନ୍ନ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଏହି ୧୩ ଶିକ୍ଷକ ଶିକ୍ଷୟତ୍ରୀ ଲେବୁଲ -୩ କୁ ପଦୋନ୍ନତି ପାଇଥିବା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଡଃ ବୃଷ କେତୁ ଦାସ ସୂଚନା ଦେଇଛନ୍ତି । ଆଜି ଏକ ନିରାଡମ୍ବର ପଦୋନ୍ନତି ପତ୍ର ପ୍ରଦାନ ବଣ୍ଟନ ଉତ୍ସବରେ ଏହି ୧୩ ଜଣ ଙ୍କୁ ଆଦେଶ ପତ୍ର ଦିଆଯାଇଥିଲା । ଏବଂ ଏମାନଙ୍କୁ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି । ଏହି ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଟି କିଶୋର ଓ ସଦର ସିଆରସିସି ବି ଗୋପାଳ ରାଓ ଉପସ୍ଥିତ ଥିଲେ । ଦୀର୍ଘ ଦିନ ପରେ ସରକାର ଏହି ପଦୋନ୍ନତି ଦେଇଥିବାରୁ କାଶୀନଗର ଶିକ୍ଷକ ଫେଡେରେସନ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହି ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ହେଲେ ସୂର୍ୟ ନାରାୟଣ ପାଣିଗ୍ରାହୀ ,ଗାନ୍ଧୀ ଚରତି,ବିଷ୍ଣୁ ପ୍ରସାଦ ଦାସ ,ସଞ୍ଜୁକ୍ତା ପାଣିଗ୍ରାହୀ ,ଦମାୟନ୍ତି କୁମାରୀ ଦେବୀ ,ଏସ ଦିଲେଶ୍ଵର ରାଓ ,ଉଦୟ ଲିମା ,ଶିବରାମ ବେହେରା ,ଦେବରାଜ ଜେନା ,ମନୋଜ କୁମାର ପାଇକ,ଏମ ସରିତା ,ସଞ୍ଜୁକ୍ତା କୁମାରୀ ଓମକାର ,ଓ ମୁରଲୀ ମୋହନ ପଟନାୟକ ।