କାଠ ଫାଳିଆରେ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଗୋପାଳପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁରକୋଟା ଗ୍ରାମରେ ଅଭାବନୀୟ ଘଟଣା । ଝିଅକୁ ପିଟି ପିଟି ଶଶ୍ୱୁର ଘର ଲୋକେ ହତ୍ୟା କରାଯାଇଥିବା ଝିଅ ଘର ଅଭିଯୋଗ କରିଛନ୍ତିି । ମୃତକ ବଧୂ ଜଣ୍କ ପରିଚୟ ପୁରୀ ଚକ୍ରତୀର୍ଥ ରୋଡ ତଳ ନୂଆ ସାହି ଅଂଚଳର ଦେବ ଦାସଙ୍କ ଝିଅ ନାନୁ ଦାସ (୨୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ତଳେ ହିନ୍ଦୁ ଧର୍ମୀୟ ରିତିନୀତି ଅନୁଯାୟୀ ୩୩ କୋଟି ଦିଅଁ ଦେବତାଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ । କିନ୍ତୁ କୈାଣସି କାରଣରୁ ଦୀର୍ଘ ଦିନ ଧରି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ଗତକାଲି ରାତିରେ କୈାଣସି ଘଟଣାକୁ କେନ୍ଦ୍ରକରି ପରିବାର ମଧ୍ୟରେ ଅଶାନ୍ତ ଲାଗିରହିଥିଲା । ଉତକ୍ଷିପ୍ତ ହୋଇ ବୋହୁ କୁ ଶାଶୁ ଓ ଦେଢଶୁର ସ୍ୱାମୀ ତିନି ଜଣ ମିଶି କାଠ ଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନାନୁ ଆକ୍ରମଣରେ ଗୁରୁତର ଆହାତ ହୋଇ ଘଟଣା ସ୍ଥଳରେ ର୍ହି ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ଏହି ଘଟଣାରେ ପୋଲିସ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚାରା ଉଚାରା କରୁଛି । ଗୋପାଳପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ପଞ୍ଚନାମା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଳହରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ଆଜି ଶବ ବେବଚ୍ଛେଦ ପରେ ଝିଅ ପରିବାରଙ୍କୁ ଶବ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ