ଯୋଡା ଅଂଚଳରେ ବାର୍ଡ ଫ୍ଲୁ ର ମୂଳପôାଟୋନ
ଯୋଡ଼ା,(ଯୁଗାବ୍ଦ ନୁ୍ୟଜ୍) : ଯୋଡା ସହରରେ ଆତଙ୍କ ଖେଳାଉଥିବା ବାର୍ଡ ଫ୍ଲୁ ରୋଗ ବର୍ତମାନ ମୂଳପôାଟୋନ ହୋଇଯାଇଥିବା ଖବର ଯୋଡା ପ୍ରାଣୀ ଧନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯୋଡା ପ୍ରାଣୀ ଚିକିସôକ ଡ. ମାଧବ ଚୌଧୁରୀ ସୂଚନା ଦେଇ କହିଛନ୍ତି, ଦୀର୍ଘ ୩ବର୍ଷ ମଧ୍ୟରେ ବାର୍ଡ ଫ୍ଲୁ ରୋଗର ଚିହ୍ନଟ ପାଇଁ ଯୋଡା ବ୍ଲକର ବିଭିନ୍ନ ଅଂଚଳରୁ ପ୍ରାୟ ଦେଢ ଶହରୁ ଉଦ୍ଧ୍ୱର୍ ଦେଶୀ ଓ ଫାର୍ମ କୁକୁଡା ଗୁଡିକର ରକ୍ତ ନମୁନା ସଂଗ୍ରହ କରି ଅତ୍ୟଧିକ ସୁରକ୍ଷା ପରୀକ୍ଷାଗାରକୁ ପଠାଯାଇଛି । ସଂପ୍ରତି ଯୋଡା ବ୍ଲକର ଯୋଡା ମାର୍କେଟ୍ ରେ, ବିଲେଇପଦା ମାର୍କେଟ୍, ଜୁରୁଡି ମାର୍କେଟ୍ ରେ ଥିବା ଦେଶୀ କୁକୁଡା ଓ ଫାର୍ମ କୁକୁଡା ଗୁଡିକର ରକ୍ତ ନମୁନା ସଂଗ୍ରହ କରି ଭୋପାଳରେ ଥିବା ହାଇ ସିକୁ୍ୟରିଟ୍ ଲାବୋରୋଟାରୀକୁ ପଠାଯାଇଥିଲା । ଏହାର ରିପୋର୍ଟ ଯୋଡା ବ୍ଲକ ପ୍ରାଣୀ ଚିକିସôା ବିଭାଗକୁ ଆସିବା ପରେ ବାର୍ଡ ଫ୍ଲୁ ଭୂତାଣୁ ସମ୍ପୂର୍ଣ୍ଣ ଭାବେ ମୂଳପôାଟୋନ ହୋଇଯାଇଛି । ଯାହାକି, ଦେଶୀ କୁକୁଡା ଓ ଫାର୍ମ କୁକୁଡା, ଅଣ୍ଡା ଖାଇବା ଲୋକ ମାନଙ୍କ ପାଇଁ ବିପଦମୁକ୍ତ ହୋଇଥିବା ରିପୋର୍ଟରୁ ଜଣାପଡିଥିବା ପ୍ରାଣୀ ଚିକିସôକ ଡ. ମାଧବ ଚୌଧୁରୀ କହିଛନ୍ତି । ପ୍ରତି ୨/୩ ମାସରେ ଏହି ପରୀକ୍ଷା କରାଯାଉଥିବା ସେ ସୂଚନା ଦେଇଛନ୍ତି । ଯୋଡା ପ୍ରାଣୀ ବିଭାଗ ପକ୍ଷରୁ ଗୋରୁ, ଗାଈ , ମଇଁଷି ଙ୍କଠାରେ ହେଉଥିବା ଫାଟୁଆ ରୋଗ କୁ ମୂଳପôାଟୋନ କରିବା ପାଇଁ ଉଦ୍ୟମ କରାଯାଉଛି । ପ୍ରତି ୩ମାସରେ ଥରେ ଟିକାକରଣ କରାଯାଉଛି । ଯୋଡାରେ ୬ଟି ପ୍ରାଣୀ ଧନ ନିରୀକ୍ଷକ ସେନ୍ଟର ରହିଛି ଏବଂ ଏହି କାର୍ଯ୍ୟରେ ଯୋଡା ପ୍ରାଣୀ ଚିକିସôା ବିଭାଗର ଯୋଡା ଶାଖା ପକ୍ଷରୁ ୩ ଜଣ ପ୍ରାଣୀ ଧନ ନିରୀକ୍ଷକ ରହିଛନ୍ତି । ୬ଟି ସେନ୍ଟରକୁ ୩ ଜଣ କର୍ମଚାରୀ ପରିଚାଳନା କରୁଥିବା ବେଳେ ଉକ୍ତ ୩ ଜଣଙ୍କୁ ଯୋଡା ବ୍ଲକର ବିଭିନ୍ନ ଯୋଜନାରେ ନିୟୋଜିତ କରାଯାଉଛି । ଯାହା ଫଳରେ ଯୋଡା ବ୍ଲକରେ ଏହି କର୍ମଚାରୀ ମାନେ ପଶୁ ରୋଗ ଉପରେ ଅଧିକ ଧ୍ୟାନ ଦେଇପାରୁନଥିବା ଅଭିଯୋଗ ହୋଇଛି ।


