୩ ଜଣଙ୍କୁ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ସ୍ମୃତି ସମ୍ମାନ ପ୍ରଦାନ

ହାଟଡିହି, (ଓ୍ବାଇଏନଏସ): ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ୱର୍ଗତ ଶ୍ରୀନିବାସ ଖଣ୍ଡାଇଙ୍କ ସ୍ମୃତିରେ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ସ୍ମୃତି ସମ୍ମାନ ଚଳିତ ବର୍ଷ ଅର୍ପଣ କରାଯାଇଛି। ଆନନ୍ଦପୁର ଉପଖଣ୍ଡ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସମ୍ବାଦ ସାହିତ୍ୟ ଘର ହାଟଡିହି ଦ୍ୱାରା ପ୍ରଦତ୍ତ ଏହି ମର୍ଯ୍ୟାଦା ଜନକ ସମ୍ମାନକୁ ଭଦ୍ରକ ଜିଲ୍ଲା ବନ୍ତ ର ଅର୍ଦ୍ଧ ଶତାଧିକ ପୁସ୍ତକ ର ବରିଷ୍ଠ ଲେଖକ  ଗଣେଶ ପ୍ରସାଦ କରଶର୍ମାଙ୍କୁ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ସ୍ତମ୍ଭକାର ତଥା ଘାସଫୁଲ ସମେତ ଏକାଧିକ ପତ୍ରିକାର ସମ୍ପାଦକ  ଅଭୟ କୁମାର ଦ୍ବିବେଦୀଙ୍କୁ ଶ୍ରୀନିବାସ ଖଣ୍ଡାଇ ସମ୍ପାଦନା ସମ୍ମାନ ପ୍ରଦାନ କରାଯାଇଛି। ଅନୁରୂପ ଭାବେ  ଶିକ୍ଷା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କୁ ଶ୍ରୀନିବାସ ଖଣ୍ଡାଇ ଶିକ୍ଷକ ସମ୍ମାନ ଅର୍ପଣ କରାଯାଇଛି। ଏଥିସହ ହାଟଡିହି ବ୍ଲକର ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଓ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଶ୍ରୀନିବାସ ଖଣ୍ଡାଇ ମେଧା ପ୍ରତିଭା ସମ୍ମାନ ସ୍ୱରୂପ ଫଳକ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ସମ୍ବାଦ ସାହିତ୍ୟଘରର ଦଶମ ବାର୍ଷିକ ସାରସ୍ୱତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ମୁଖ୍ୟ ବକ୍ତା ଭାବେ ସଫଳ ସାହିତ୍ୟିକା ତରଙ୍ଗିଣୀ ମିଶ୍ର ଓ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ଼ ଶୁଭଶ୍ରୀ ଲେଙ୍କା, ସ୍ବର୍ଗତ ଶ୍ରୀନିବାସ ଖଣ୍ଡାଇଙ୍କ ସାନ ଭାଇ ସମାଜସେବୀ ପ୍ରଶାନ୍ତ ଖଣ୍ଡାଇ ପ୍ରମୁଖ ଯୋଗଦେଇ ପ୍ରତିଭା ମାନଙ୍କୁ ଉତ୍ତରୀୟ, ଫଳକ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ