ଶାସଙ୍ଗ ହାଇସ୍କୁଲ ପରିସରରେ କବିତା ପାଠ ଉତ୍ସବ
ହାଟଡିହି,(ଓ୍ବାଇଏନଏସ) : ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହି ସାହିତ୍ୟଘରର ଦଶମ ବାର୍ଷିକ ଉତ୍ସବରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟଘର ଉପ ସଭାପତି ନିତ୍ୟାନନ୍ଦ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ତଥା ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପକ ସୁବାସ ପାତ୍ର, ହାସ୍ୟମୟୀ ରାଜ, କାଞ୍ଚନ ଲତା ଜେନା, ରମାକାନ୍ତ ଜେନାଙ୍କ ସଂଯୋଜନାରେ କବି ସୁଜିତ୍ ମିଶ୍ର, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ଚନ୍ଦ୍ର ଓଝା, ମୁରଲୀଧର ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର କୁମାର ପରିଡ଼ା, ଅମୁଲ୍ୟ ମିଶ୍ର, ଚତୁର୍ଭୁଜ ପହି, ବିଦ୍ୟୁତ୍ପ୍ରଭା ଦେଓ, ଦଶରଥ ସାହୁ, କୈଳାସ ଚନ୍ଦ୍ର ବେହେରା , ସତ୍ୟଭାମା ଜେନା, ସୁଦାମ ଚରଣ ଜେନା, ତିଳୋତ୍ତମା ସା, ବାମନ ଚରଣ ବେହେରା, ଡ଼ ଶେଷଦେବ ପରିଡା, ଡ଼. କୃଷ୍ଣଚନ୍ଦ୍ର ପଣ୍ଡା, ଧ୍ରୁଵାନନ୍ଦ ସେଠୀ, କୃପାସିନ୍ଧୁ ପଣ୍ଡିତ , ଅଭୟ କୁମାର ସାମଲ, ବନମାଳୀ ଜେନା, ହେମନ୍ତ କୁମାର ନାୟକ, ହରିହର ସାମଲ, ରବିନ୍ଦ୍ର କୁମାର ବିଶ୍ବାଳ, ସୁଭସ୍ମିତା ସାହୁ, ଅନନ୍ତ ଚରଣ ମୁଦୁଲି, ପ୍ରଜ୍ଞା ପରମିତା ସାମଲ, ଶ୍ରୀମନ୍ତ କୁମାର ରାଉତ, ଜୟନ୍ତୀ କୁମାରୀ ଓଝା, ସୁରେନ୍ଦ୍ର ନାଥ ଜେନା, ଚତୁର୍ଭୁଜ ଜେନା, ରାମଚନ୍ଦ୍ର ଜେନାଙ୍କ ସମେତ ଶତାଧିକ କବି କବୟିତ୍ରୀ ମାନେ ଯୋଗଦେଇ ସ୍ବରଚିତ କବିତା ମନ ଆବୃତ୍ତି କରିଥିଲେ। ସାହିତ୍ୟଘର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ସଂଯୋଜକ କିଶୋର ଆଚାର୍ଯ୍ୟ, ଉପଦେଷ୍ଟା ରତ୍ନାକର ଦାସଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦୁଝରର ବିଶିଷ୍ଟ କବି ଚିନ୍ତାମଣି ମହାଳିକ , ଢେଂକିକୋଟର କବି ନୃସିଂହ ନାଥ ସିଂହ, ଖୋର୍ଦ୍ଧାର କବି ଡ଼. ଶେଷଦେବ ପରିଡା, ଡ଼. କୃଷ୍ଣ ଚନ୍ଦ୍ର ପଣ୍ଡା, ଆମ୍ବୋର ବର୍ଷିଆନ କବି ଜୟ ନାରାୟଣ ମହାପାତ୍ରଙ୍କୁ ପ୍ରଶସ୍ତିପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।


