ଭଞ୍ଜନଗରରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ଙ୍କ କୌଣସି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାଙ୍କ ଅନୁପସ୍ଥିରେ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମ୍ମିଳନୀ କକ୍ଷଠାରେ ଉପଖଣ୍ଡ ସ୍ତରୀୟ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି | ବୈଠକରେ ନିଷ୍ପତି ପ୍ରକାରେ ଚଳିତ ବର୍ଷ ସମସ୍ତ ପୂଜାମଣ୍ଡପ ରେ ପ୍ରଶାସନର ସମସ୍ତ କୋଭିଡ ନିୟମ ପ୍ରକାରେ ପୂଜାର୍ଚ୍ଚନ କରାଯିବ | ପୂଜାମଣ୍ଡପ ଗୁଡିକୁ ତିନି ପାର୍ଶ୍ୱରେ ବନ୍ଦ କରି ରଖାଯିବ | ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ସମ୍ପୂର୍ଣ ଭାବେ ବାରଣ କରାଯାଇଛି | ଡ଼ାକବାଜି ଯନ୍ତ୍ର ବ୍ୟବହାର ହେବ ନାହିଁ | ପୂଜା ମଣ୍ଡପ ନିକଟରେ ପୂଜକ ଓ ଆୟୋଜକଙ୍କୁ ମିଶାଇ ମୋଟ ସାତ ଜଣ ରହିପାରିବେ | ପୂଜା ମଣ୍ଡପ ନିକଟରେ କୋଭିଡ ନିୟମ ପ୍ରକାରେ ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି | ମୂର୍ତ୍ତିର ଉଚ୍ଚତା ଚାରି ଫୁଟ ରହିବ | ମଣ୍ଡପ ଚାରିପାଖରେ ସ୍ୱଚ୍ଛତା ଉପରେ ଧ୍ୟାନ ରଖାଯିବ | ମଣ୍ଡପ ନିକଟରେ ସିସି କ୍ୟାମେରା ଲଗେଇବା କୁ ବାଧ୍ୟତା ମୂଳକ କରାଯାଇଛି | ମୂର୍ତ୍ତି ଵିସର୍ଜନ ସମୟରେ ଶୋଭାଯାତ୍ରା ସମ୍ପୂର୍ଣ ବନ୍ଦ ରହିବ | ଚଳିତ ବର୍ଷ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ | ଯଦି କୌଣସି ଆୟୋଜକ କୋଭିଡ ନିୟମ ଉଲଂଘନ କରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି | ସମସ୍ତ ପୂଜା କମିଟି ପ୍ରଶାସନ ର ଅନୁମତି ନେବା ସହ ସମସ୍ତ କୋଭିଡ ନିୟମ ପାଳନ ସକାଶେ ଶପଥ ପତ୍ର ଦେବା ଜରୁରୀ ଅଟେ | ସମସ୍ତ ପୂଜା କମିଟି ଡୁ ଏବଂ ଡଣ୍ଟ ଫଳକ ଲଗେଇବେ | ଚଳିତ ବର୍ଷ ପୂଜା କିଭଳି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ସେ ନେଇ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏନ. ଏ. ସି . ଇ. ଓ ଚିନ୍ମୟୀ ଆଚାର୍ଯ୍ୟ, ସୁଦର୍ଶନ ବାଦୀ  ଏ. ସି. ଏଫ ଉତ୍ତର ଘୁମୁସର, ସୁଶାନ୍ତ ମହାପାତ୍ର ସଭାପତି ଭଞ୍ଜପରିଷଦ ପୂଜା କମିଟି, ସମେତ ନଚିକେତ ପ୍ରଧାନ, ଶତ୍ରୁଘନ ଦାସ, ରଙ୍କନିଧି ସ୍ୱାଇଁ, ସୁରେଶ କୁମାର ବେହେରା, ସାନ୍ତୁନୁ କୁମାର ଦାସ, ମୋନଜ କୁମାର ପାଢ଼ୀ ସମେତ ଅନ୍ୟ କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ